ଅଭିନେତା ସଲିମ ଘୋଷଙ୍କ ଦେହାନ୍ତ

Image Source:koiMoi

ମୁମ୍ବାଇ,୨୯/୦୪:  ଭେଟେରାନ ଅଭିନେତା ସଲିମ ଘୋଷଙ୍କର ହୃଦ୍‌ଘାତ ହେତୁ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସଲିମ ମୁମ୍ବାଇର ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତାଙ୍କ ମୃତ୍ୟୁରେ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ଏବଂ ପ୍ରଶଂସକଙ୍କ ସହ ସେଲିବ୍ରିଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ସଲିମ କେବଳ ହିନ୍ଦୀରେ ନୁହେଁ ତାମିଲ, ତେଲୁଗୁ, ମାଲାୟାଲମ ଏବଂ ଇଂରାଜୀ ସିନେମାରେ ମଧ୍ୟ କାମ କରିଛନ୍ତି। ଫିଲ୍ମ ସହିତ ସେ ଟିଭି ଶୋ’ରୋ ମଧ୍ୟ ନିଜର ଦକ୍ଷତା ଦେଖାଇଛନ୍ତି। ଏଥି ସହିତ ସେ ଥିଏଟରରେ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସଲିମଙ୍କ ପତ୍ନୀ ଅନୀତା କହିଛନ୍ତି, ବୁଧବାର ରାତିରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା, ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଗୁରୁବାର ଦିନ ସକାଳେ ତାଙ୍କର ଦେହାନ୍ତ ହୋଇଛି।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply

Exit mobile version