ଲଦ୍ଦାଖରେ ଚୀନର ମୋବାଇର ଟାୱାର, ଦେଖା ଦେବ କି ବିପଦ!

Image source:Konchok Stanzin

ନୂଆଦିଲ୍ଲୀ,୧୭/୦୪: ଲଦ୍ଦାଖରେ ପେଙ୍ଗୋଗ ହ୍ରଦ ଉପରେ ପୋଲ ନିର୍ମାଣ ପରେ ଏବେ ଚୀନ ଭାରତୀୟ ସେନାର ଅତି ନିକଟରେ ନିଜର ମୋବାଇଲ ଟାୱାର ନିର୍ମାଣ କରିଛି।  ଚୀନ ନିର୍ମାଣ କରିଥିବା ମୋବାଇର ଟାୱାରର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଚୁଶୁଲର କର୍ପୋରେଟର କୋନଚୋକ ଷ୍ଟେଜଜିନ ଏକ ଟ୍ୱିଟ କରି କହିଛନ୍ତି, ପେଙ୍ଗୋଗ ହ୍ରଦରେ ପୋଲ ନିର୍ମାଣ ଶେଷ କରିବା ପରେ ଚୀନ ଭାରତର ସୀମା ନିକଟବର୍ତ୍ତୀ ଚୀନର ହଟ ସ୍ପ୍ରିଙ୍ଗ ନିକଟରେ ୩ଟି ମୋବାଇଲ ଟାୱାର ସ୍ଥାପନ କରିଛି।  ମୋର ନିର୍ବାଚନ କ୍ଷେତ୍ରର ୧୧ ଗାଁରେ ୪ଜି ସୁବିଧା ନାହିଁ।ଏଏନଆଇକୁ ପ୍ରତିକ୍ରିୟା ଦେଇ କୋନଚୋକ କହିଛନ୍ତି, ଆମ ଅଞ୍ଚଳରେ ନଜର ରଖିବା ପାଇଁ ଏହି ଟାୱାର ଗୁଡିକର ବ୍ୟବହାର କରାଯାଇପାରେ। ଏହାସହ ଚୀନ ନିଜ ଅଞ୍ଚଳରେ ଦ୍ରୁତ ଗତିରେ ମୌଳିକ ଭିତ୍ତିଭୂମର ବିକାଶ କରୁଥିବା ସେ ଦାବି କରିଥିଲେ। ଚୀନ ପରି ପଦକ୍ଷେପ ନେଇ ପାଲଟା ଜବାବ ଦେବା ସହ ସୀମାବର୍ତ୍ତୀ ଗାଁରେ ବିକାଶ ପାଇଁ ସେ ନିବେଦନ କରିଛନ୍ତି।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply

Exit mobile version