ଜୀବ ସେବା ହିଁ ଜଗା ସେବା: କିର୍ତ୍ତୀମାନ

ଭୁବନେଶ୍ଵର, 12 ଅପ୍ରେଲ: ଭୁବନେଶ୍ବର ଉତ୍ତର ୱାର୍ଡ ନମ୍ବର ୬ ର କର୍ପୋରେଟର ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟଙ୍କ ପ୍ରେରଣାରେ ଉଦୀୟମାନ ଜଣାଶୁଣା ଯୁବ ସମାଜସେବୀ ଶ୍ରୀ କିର୍ତ୍ତୀମାନ ରାଉତରାୟ (ପିଲୁ)ଙ୍କ ନେତୃତ୍ଵରେ ଶିଶୁ ବିହାର ଯୁବକ ସଂଘ ଆନୁକୁଲ୍ୟରେ ଏକ ହୃଦୟସ୍ପର୍ଶୀ ସେବାର ଶୁଭାରମ୍ଭ ହୋଇଅଛି। ଶ୍ରୀ କିର୍ତ୍ତୀମାନ ରାଉତରାୟ (ପିଲୁ) ନିଜର ଏହି ମାସର ସମ୍ପୂର୍ଣ୍ଣ ବେତନ ବୁଲା ପଶୁପକ୍ଷୀ ମାନଙ୍କ ନିମନ୍ତେ ଅଞ୍ଚଳର ବିଭିନ୍ନ ସ୍ଥାନରେ ପବିତ୍ର ରାମ ନବମୀ ଅବସରରେ ଜଳ କୁଣ୍ଡ ସ୍ଥାପନ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶିଶୁ ବିହାର ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ ଅକୁଣ୍ଠ ସହଯୋଗ କରିଥିଲେ।

FB IMG 1649718641037

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜିବୀ, ମହିଳା ସଂଗଠନ ଓ ବହୁ ବରିଷ୍ଠ ନାଗରିକ ଯୋଗଦେଇଥିଲେ ଏବଂ ଏହି ପରି କାର୍ଯ୍ୟ କୁ ଆଗେଇ ନେବାକୁ ପ୍ରୋତ୍ସାହିତ କରିଥିଲେI

ପ୍ରକାଶଥାଉକି ଶ୍ରୀ କିର୍ତ୍ତୀମାନ ରାଉତରାୟ (ପିଲୁ) ଅଧୁନା କିଟ୍ ବିଶ୍ୱବିଦ୍ୟାଳୟର ଯନ୍ତ୍ରୀ ରୂପରେ କାର୍ଯ୍ୟରତ ଓ ତାଙ୍କୁ କିଟ୍ କିସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କ ଠାରୁ ପ୍ରତ୍ୟେହ ପ୍ରେରଣା ମିଳେ ତେଣୁ ଗୁଣ୍ଡୁଚି ମୂଷା ପରି କିଛି ପ୍ରାଣୀମାନଙ୍କ ସେବା କରିପାରିଲେ ଜୀବନ ସାର୍ଥକ ହେବ ବୋଲି ଶ୍ରୀ ରାଉତରାୟ ବିଶ୍ବାସ ରଖନ୍ତି।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply

Exit mobile version