କାନ୍ସ ଫେଷ୍ଟିଭାଲରେ ଜୁରୀ ହେଲେ ଦୀପିକା

Image source:Wallpaper Trip

ମୁମ୍ବାଇ, ୨୭/୦୪: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ୭୫ ତମ କାନ୍ସ ଫେଷ୍ଟିଭାଲରେ ଜୁରୀ ହେବାର ସୁଯୋଗ ପାଇଛନ୍ତି। ଏହି ତାଲିକାରେ ଦୀପିକା ଏକମାତ୍ର ଭାରତୀୟ ଅଭିନେତ୍ରୀ ହୋଇପାରିଛନ୍ତି। କାନ୍ସ ଫେଷ୍ଟିଭାଲ୍ ଭାରତୀୟ ସୁପରଷ୍ଟାର ଦୀପିକା ପାଦୁକୋନଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆଠ ଜଣିଆ ଜୁରୀର ଅଂଶ ଭାବରେ ଘୋଷିତ କରିଛି। ଜୁରୀର ଅଧ୍ୟକ୍ଷତା ଫ୍ରାନ୍ସର ଅଭିନେତା ଭିନ୍ସେଣ୍ଟ ଲିଣ୍ଡନ୍ କରିବେ। ଦୀପିକାଙ୍କ ସହ ଇରାନ ଫିଲ୍ମ ନିର୍ମାତା ଅସଗର ଫରହାଡି, ସ୍ୱିଡେନ ଅଭିନେତ୍ରୀ ନୋମି ରାପେସ୍, ଅଭିନେତ୍ରୀ ରେବିକା ହଲ୍, ଇଟାଲୀୟ ଅଭିନେତ୍ରୀ ଜସ୍ମିନ୍ ଟ୍ରିଂକା, ଫ୍ରାନ୍ସର ନିର୍ଦ୍ଦେଶକ ଲାଡୋ ଲି, ଆମେରିକୀୟ ନିର୍ଦ୍ଦେଶକ ଜେଫ୍ ନିକୋଲସ୍ ଏବଂ ନରୱେରୁ ନିର୍ଦ୍ଦେଶକ ଜୋଆଚିମ୍ ଟ୍ରାୟର୍ ଜୁରୀରେ ସାମିଲ ଅଛନ୍ତି। ଏହି ଫେଷ୍ଟିଭାଲ୍ ମେ ୧୭ ରୁ ୨୬ ପର୍ଯ୍ୟନ୍ତ ଚାଲିବ।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply

Exit mobile version