ଆଇପିଏଲ୍‌: ରୟାଲ ଚ୍ୟାଲେଞ୍ଜର୍ସକୁ ୨୯ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ମୁମ୍ବାଇ, ୨୭/୦୪ :ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୩୯ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଛି ।ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୩୦ ରନ୍‌ରେ ହରାଇ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଉଠିଛି।  ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏନ ଷ୍ଟାଡିୟମ୍‌ରେ ମଙ୍ଗଲବାର ରାଜସ୍ଥାନ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୪୪ ରନ୍ କରିଥିଲା ।  ରାଜସ୍ଥାର ବୋଲରମାନଙ୍କ ପ୍ରଭାବଶାଳୀ ବୋଲିଂ ଯୋଗୁଁ ବାଙ୍ଗାଲୋର ବଡ଼ ସ୍କୋର କରିପାରି ନଥିଲା । ଆଗଧାଡ଼ିର ବ୍ୟାଟର ଶସ୍ତାରେ ଆଉଟ୍ ହେବା ପରେ ମଧ୍ୟକ୍ରମର ଖେଳାଳି ଦାୟିତ୍ୱ ତୁଲାଇଥିଲେ । ରିୟାନ ପରାଗ ଦଳ ପାଇଁ ସର୍ବାଧିକ ୬୫ ରନ୍ କରିଥିଲେ । ସେ ୩୧ଟି ବଲ୍‌ର ସମ୍ମୁଖୀନ ହୋଇ ୩ଟି ଚୌକା ଓ ୪ଟି ଛକା ମାରିଥିଲେ । ଅଧିନାୟକ ସଂଜୁ ସାମସନ ୨୧ଟି ବଲ୍ ଖେଳି ୨୭ ରନ୍ କରିଥିଲେ । ଏଥିରେ ଗୋଟିଏ ଚୌକା ଓ ୩ଟି ଛକା ସାମିଲ ଥିଲା ।  ୧୪୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବାଙ୍ଗାଲୋର ୨ୟ ପାଳି ଆରମ୍ଭ କରିଥିଲା । ବଡ଼ ଲକ୍ଷ୍ୟ ନଥିଲେ ବି ଦଳ ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୧୫ ରନ୍‌ରେ ଅଟକି ଯାଇଥିଲା । ଅଧିନାୟକ ଫାଫ ଡୁ’ପ୍ଲେସିସ୍ ସର୍ବାଧିକ ୨୩ ରନ୍ କରିଥିଲେ । ୱାନେନ୍ଦୁ ହସରଙ୍ଗା ୧୮ ରନ୍‌, ଶହବାଜ୍ ଅହମଦ୍ ୧୭ ରନ୍ ଓ ରଜତ ପଟିଦାର ୧୬ ରନ୍ କରିଥିଲେ । ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ସେହିପରି ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୩ଟି ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୨ଟି ୱିକେଟ ମିଳିଥିଲା ।  freeslots dinogame telegram营销

-Advertisement-
-Advertisement-

Leave a Reply