
ନୂଆଦିଲ୍ଲୀ,୨୭।୪: ତାମିଲନାଡୁ ତଞ୍ଜାଭୁରରେ ଅଭାବନୀୟ ଘଟଣା ଘଟିଛି । ଆଜି ସକାଳେ ତାମିଲ୍ନାଡୁର ତଞ୍ଜାବୂରରେ ଏକ ମନ୍ଦିରର ରଥଯାତ୍ରାରେ ଉଚ୍ଚ କ୍ଷମତାସମ୍ପନ୍ନ ବିଜୁଳି ତାର ସଂସ୍ପର୍ଶରେ ଆସି ଅନ୍ୟୂନ ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୨ଜଣ ପିଲା ମଧ୍ୟ ଥିବା କଥା ଜଣାପଡ଼ିଛି।ଶୋଭାଯାତ୍ରା ବେଳେ ହାଇଭୋଲଟେଜ୍ ବିଦ୍ୟୁତ ତାରରୁ କରେଣ୍ଟ ଲାଗିଥିଲା । ଯାହା ଫଳରେ ରଥ ସାରା କରେଣ୍ଟ ବ୍ୟାପି ଯାଇ ନିଆଁ ଲାଗିଯାଇଥିଲା । ତଞ୍ଜାଭୁର ଜିଲ୍ଲାରେ ମନ୍ଦିର ଉତ୍ସବ ଚାଲିଥିବା ବେଳେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ସମୟରେ ରଥଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ରଥରେ ନିଆଁ ଲାଗିଯାଇଥିଲା । ଏଥିଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । freeslots dinogame telegram营销
-Advertisement-
-Advertisement-