
ପୁରୀ ୨୩/୦୪: ବରଯାତ୍ରୀରେ ଯାଇଥିବା ଡିଜେ ଗାଡ଼ି ଲାଗି ଟେଣ୍ଟ କପଡ଼ା ଚିରିବାରୁ ଗଣ୍ଡଗୋଳ ଘଟିଥିଲା। ଗାଡ଼ି ଅଟକାଇବାରୁ ଏଥିରେ ଉତ୍କ୍ଷିତ ହୋଇ ଟେଣ୍ଟ ହାଉସ୍ ମାଲିକଙ୍କୁ ହାଣି ଦେଲେ ଡିଜେ ଗାଡ଼ି ମାଲିକ। ଏଭଳି ଅଭାବନୀୟ ଘଟଣା ଗୋପ ଥାନା ଅନ୍ତଗତ ବାଳିକନ୍ଦଳ ଗ୍ରାମରେ ଘଟିଛି। ଶୁକ୍ରବାର ରାତିରେ ନିମାପଡା ଅଞ୍ଚଳର ବର ଓ ବରଯାତ୍ରୀ ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗ୍ରାମର ଭାଗି ସହୁଙ୍କ କନ୍ୟାକୁ ବିବାହ କରିବାକୁ ରୋଷଣୀ କରି ଫେରୁଥିବା। ସେହି ସମୟରେ ଡିଜେ ଗାଡିଟି ସେହିଗ୍ରାମର ଅନ୍ୟ ଏକ ବିବାହ ପାଇଁ ସାଜ ସଜା ହୋଇଥିବା ଟେଣ୍ଡକୁ ଚରି ଦେଇ ପଳେଇ ଯାଉଥିଲା। ସେହି ସମୟରେ ଗୋପ ବ୍ଲକ ଏରବଙ୍ଗ ଗ୍ରାମର ଟେଣ୍ଡ ମାଲିକ ପପୁ ପ୍ରଧାନ ଏକୁଟିଆ ଯାଇ ବାଲିକନ୍ଦଳ ଗାଁ ମୁଣ୍ଡେ ଡିଜେ ଗାଡିଟିକୁ ଅଟକାଇଥିଲା l ଏହି ଘାଟଣାକୁ ନେଇ ପାଟିତୁଣ୍ଡ ହେବା ଫଳରେ ଡିଜେ ଗାଡ଼ିରେ ଥିବା କର୍ମଚାରୀ ଉତ୍କ୍ଷିତ ହୋଇ ପପୁକୁ ଗୋଡ଼ାଇ ଗୋଡ଼ାଇ ହାଣି ରାସ୍ତାରେ ଫିଙ୍ଗି ଦେଇଥିଲେ। ସେଠାରୁ ଡିଜେ ଗାଡ଼ି ସହିତ ଫେରାର ହୋଇ ଯାଥିଲେ ଅଭିଯୁକ୍ତ ।ଟେଣ୍ଡ ମାଲିକ ଗାଁଲୋକ ଖବର ପାଇଁ ରକ୍ତଜୁଡୁବୁଡୁ ଅବସ୍ଥାରେ ପୁପୁଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଲୋକେ ଗୋପ ଅଗ୍ନିଶମ ବିଭାଗ ଦ୍ୱାରା ଗୋପ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଡାକ୍ତର ପପୁକୁ ମୃତ ଘୋଷଣା କରିବା ପରେ ଏରବଙ୍ଗ ଗ୍ରାମର ଶତାଧିକ ଉତ୍ତକ୍ତ ଲୋକେ ଭାଗି ବେହେରାଙ୍କ ବିବାହ ମଣ୍ଡପକୁ ଭଙ୍ଗାରୁଜା କରିବା ସହିତ ଭୋଜି ଖାଦ୍ୟକୁ ଫୋପଡl ଫିଙ୍ଗା ଦେଇଥିଲେ l ଘଟଣା ସ୍ଥଳରେ ଗୋପ, କୋଣାର୍କ ଓ ନିମାପଡା ଆଇଆଇସି ଓ ନିମାପଡା ଏସଡିପିଓ ସମେତ ଅନେକ ପୋଲିସ ଫୋର୍ସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ପରେ ସେଠାରେ ପୋଲିସ ମୁତୟନ କରିଥିଲେ l ପରେ ପୋଲିସ କନ୍ୟାର ଭିଣୋଇ ସମେତ ବରଯାତ୍ରୀଙ୍କ ସମସ୍ତ ଗାଡିକୁ ଥାନାରେ ଅଟକ ରଖିଛି l ଖୁବଶୀଘ୍ର ଡିଜେ ଗାଡି ଓ ହତ୍ୟା କାରୀଙ୍କୁ ଧରାଯିବ ବୋଲି ପୋଲିସ କହିଥିବା ବେଳେ ଗ୍ରାମରେ ଉତ୍ତେଜନାକୁ ଆଖି ଆଗରେ ରଖି ଗ୍ରାମର ମୁଖ୍ୟ ରାସ୍ତାରେ ପୋଲିସ ମୁତୟନ କରାଯାଇଥିବ ସୂଚନା ମିଳିଛି। freeslots dinogame telegram营销