ଆଜି ୫ଟାରେ ବସିବ ଛତିଶା ନିଯୋଗ ବୈଠକ

ପୁରୀ, ୧୨/୦୪ : ମଙ୍ଗଳବାର ଅପରାହ୍ନ ୫ଟାରେ ବସିବ ଛତିଶା ନିଯୋଗ ବୈଠକ। ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସଠାରେ ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତ ପ୍ରତିନିଧିମାନେ ବୈଠକରେ ଭାଗ ନେବେ। ସୂଚନାନୁଯାୟୀ, ଛତିଶାନିଯୋଗ ବୈଠକରେ ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ସହ ରୋଷଘର ଚୁଲି ଭଙ୍ଗା ଘଟଣା ଉପରେ ଆଲୋଚନା ହେବ ବୋଲି ଜଣା ପଡିଛି। ତେବେ ଏହା ପୂର୍ବରୁ ଦିନ ତିନିଟା ବେଳେ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇ ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ପ୍ରସ୍ତୁତ ହେବ। ଛତିଶା ନିଯୋଗ ବୈଠକରେ ଆମାଗୀ ପରିଚାଳନା କମିଟି ବୈଠକ ସମ୍ପର୍କରେ ମଧ୍ୟ ନିଯୋଗ କର୍ମକର୍ତ୍ତାମାନଙ୍କୁ ସୂଚନା ଦିଆଯିବାର ଆଶା କରାଯାଉଛି। freeslots dinogame telegram营销

-Advertisement-
-Advertisement-

Leave a Reply