ପାକିସ୍ତାନରେ ଶାହାବାଜ ସରିଫ ହେଲେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ଇସଲାମାବାଦ,୧୦/୪: ପାକିସ୍ତାନର ନ୍ୟାଶନାଲ ଆସେମ୍ବଲିରେ ଶନିବାର-ରବିବାର ରାତି ଇମ୍ରାନ୍ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ହୋଇଛି । ଏଥିରେ  ଇମ୍ରାନ୍‌ଙ୍କ ପରାସ୍ତ ହୋଇଛି । ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ପାଇଁ ଶାହବାଜ୍ ଶରୀଫଙ୍କ ରାସ୍ତା ସଫା ହୋଇଯାଇଛି । ଶାହବାଜ ଶରୀଫ ପାକିସ୍ତାନ ମୁସଲିମ୍ ଲିଗ୍ (ପିଏମ୍‌ଏଲ-ଏନ୍‌)ର ସାଂସଦ ଅଟନ୍ତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫଙ୍କ  ସାନ ଭାଇ । ପାକିସ୍ତାନରେ ଲାଗି ରହିଥିବା କ୍ଷମତା ସଂକଟ ଭିତରେ ବିରୋଧୀଦଳଗୁଡ଼ିକ ପକ୍ଷରୁ ଶାହାବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ପିଏମଏଲ-ଏନ ସାଂସଦ ଶାହାବାଜ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି। ଏହି ଘୋଷଣା ହେବା ପରେ ଶାହବାଜ ସରିଫ ଟ୍ୱିଟ କରି ସମସ୍ତ ବିରୋଧୀ ଦଳ ଓ ନିଜ ଭାଇ ନୱାଜ ଶରିଫଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅପରପକ୍ଷରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ୪୮ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କୁ ନାମାଙ୍କନ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଶାହବାଜ ସରିଫ ଆସନ୍ତା କାଲି ଶାହବାଜ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି। ଏହାପରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ମନୋନୟନ ପାଇଁ ନ୍ୟାସନାଲ ଆସେମ୍ବଲିରେ ଏକ ବୈଠକ ଅନୁଷ୍ଠିତ ହେବ । freeslots dinogame telegram营销

-Advertisement-
-Advertisement-