ମହାନଦୀରେ ୩ଯୁବକ ବୁଡ଼ି ଘଟଣା : ଉଦ୍ଧାର ପରେ ଜଣଙ୍କର ମୃତ୍ୟୁ

କଟକ,୧୦/୪:ଯୋବ୍ରାବ୍ୟାରେଜ ଠାରେ ଗାଧୋଇବା ବେଳେ ବୁଡ଼ି ଯାଇଥିବା ତିନିଜଣକ ମଧ୍ୟରୁ ଉଦ୍ଧାର ହୋଇଥିବା ଯୁବକଙ୍କ ମୃତ୍ୟୁ ଘଟିଛି । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ  ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏବେବି ଅନ୍ୟ ଦୁଇଜଣକୁ ଖୋଜୁଛି ଓଡ୍ରାଫ୍ ଟିମ୍ ।ତିନି ଜଣ ଯୁବକ ଯୋବ୍ରା ଆନିକଟ ନିକଟରେ ଗାଧୋଉଥିଲେ । ହଠାତ ତିନି ଜଣ ପାଣିରେ ବୁଡି ଯାଇଥିଲେ। ଜଣେ ଯୁବକକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଏବେ ବି ଦୁଇ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ଅଗ୍ନିଶମ ବାହିନୀ। ତେବେ ନିଖୋଜ ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ। ସମସ୍ତଙ୍କ ଘର ଚୂନଭାଟି ଚାରିଘରିଆରରେ ହୋଇଥିବା ସୂଚନା ମିଳିଛି। freeslots dinogame telegram营销

-Advertisement-
-Advertisement-