ସାମ୍ୱାଦିକଙ୍କୁ ହସ୍ପିଟାଲରେ ବେଡି ପକାଇବା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଲେ ସାମ୍ବାଦିକ

ଭୁବନେଶ୍ୱର ୦୮/୦୪: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କୁ ମିଛ କେସରେ ଫସାଇ ହସ୍ପିଟାଲରେ ବେଡ଼ି ପକାଇବା ଘଟଣାରେ     ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ । ପୂର୍ବାଞ୍ଚଳ ଆଇଜିଙ୍କୁ ଅନୁଧ୍ୟାନ କରି ରିପୋର୍ଟ କରିବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଲା, ସେ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ମାନବାଧିକାର କମିଶନ ୧୫ ଦିନ ଭିତରେ ରିପୋର୍ଟ କରିବାକୁ OHRC ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ମେଡିକାଲରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ କହିଲେ ବାଲେଶ୍ୱର ଏସ୍‌ପି । ଘଟଣାରେ ଯେଉଁମାନେ ଦାୟୀ ଅଛନ୍ତି, ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ ସୂଚନା ଦେଇଛନ୍ତି । ତେବେ କେତେ ଜଣ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହୋଇଛି ସେନେଇ ସ୍ପଷ୍ଟ ସୂଚନା ଦେବାକୁ ମନା କରିଛନ୍ତି ଏସ୍‌ପି ।ଅନ୍ୟପଟେ ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ପୋଲିସ ବେଡ଼ି ପକାଇବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାମ୍ବାଦିକ । ପୁରୀରେ ସାମ୍ବାଦିକମାନେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।ନୀଳଗିରି ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବ‌ା ଘଟଣାକୁ ନେଇ ଭଦ୍ରକରେ ତାତିଲେ ସାମ୍ବାଦିକ। ଏହି ଘଟଣା‌କୁ ନେଇ ଭଦ୍ରକରେ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ଭଦ୍ରକରେ ଓଡ଼ିଶା ୟୁନିଅନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ ଓ ଜିଲ୍ଲା ସାମ୍ବାଦିକ ସଂଘର ଶତାଧିକ ସାମ୍ବାଦିକ କଳା ବ୍ୟାଜ୍‌ ପିନ୍ଧିବା ସହ ଆନ୍ଦୋଳନ କରିଛନ୍ତି ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଦାବି ଉଠାଇଛନ୍ତି। ଏନେଇ ଏସ୍‌ପି ଚରଣ ସିଂ ମୀନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। freeslots dinogame telegram营销

-Advertisement-
OHRC 1649408742
-Advertisement-