
ରାଜକନିକା ୦୨/୪: ରାଜକନିକା ଥାନା ଅନ୍ତର୍ଗତ ନହୁଣୀ ପଞ୍ଚାୟତ ନୂଆଗାଁ ବ୍ରାହ୍ମଣସାହି ଗ୍ରାମର ଉମେଶ ଚନ୍ଦ୍ର ମଲିକଙ୍କ ପୁଅ ଖଗେଶ୍ୱର ମଲିକ (୧୯) ଶନିବାର ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଖଗେଶ୍ୱର ଏକ ଟେଣ୍ଟ ମାଲିକଙ୍କ ପାଖରେ ଦୀର୍ଘଦିନ ହେବ କାମକରି ନିଜ ପରିବାର ଚଳାଇ ଆସୁଥିଲେ। ହେଲେ ଆଜି ସାତଗଛିଆ ଗ୍ରାମର ଏକ କାର୍ଯ୍ୟକ୍ରମରେ ସାଜସଜ୍ଜା କରି ବିଦ୍ୟୁତ ସଂଯୋଗ କଲାବେଳେ ଅସାଵଧାନତା ଯୋଗୁଁ ୧୧ କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାରର ସଂଶ୍ପର୍ଷରେ ଆସିଯାଇ ଛିଟିକ୍ ପଡିଥିଲେ।ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ କମରଟି ମଧ୍ୟ ଆଘାତ ପ୍ରାପ୍ତ ହୋଇଥିଲା।ସଙ୍ଗେ ସଙ୍ଗେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖଗେଶ୍ୱର ଅବିବାହିତ ଥିଲେ,ତାଙ୍କ ଉପରେ ପରିବାର ନିର୍ଭର କରୁ ଥିଲା।ତାଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପୁଲିସ ଘଟଣା ରାଜକନିକା ମେଡିକାଲରେ ପହଞ୍ଚି ଶବ ଜବତ୍ କରି ପଞ୍ଚନାମା ନିମନ୍ତେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବାରୁ ଜଣା ପଡିଛି। ଖଗେଶ୍ୱର ଜଣେ ଗରୀବ ମୂଲିଆ ଶ୍ରେଣୀର ହୋଇ ଥିବାରୁ ତାଙ୍କ ମୃତ୍ୟୁ ପାଇଁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। freeslots dinogame telegram营销