
ଭୁବନେଶ୍ୱର,୨/୪:କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା ଓଆଇଏସ୍ ଅଫିସର ନିରଞ୍ଜନ ସେଠୀ ଫେରାର କରାଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମାନସଙ୍କୁ ଅପହରଣ ଦିନ ନିରଞ୍ଜନ ଦୟାଲ ଆଶ୍ରମ ଯାଇଥିଲେ। ସେହିଦିନ ନିରଞ୍ଜନ ଶର୍ମିଷ୍ଠାଙ୍କ ‘ସଂପୂର୍ଣ୍ଣ’ ଅଫିସ ମଧ୍ୟ ଯାଇଥିବା ନେଇ ସୂଚନା ମିଳିଛି। ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ୱର ସ୍ଥିତ ‘ସଂପୂର୍ଣ୍ଣ’ ଅଫିସ୍ରେ ଛାନ୍ଭିନ୍ ଆରମ୍ଭ କରିଛି। ଅଫିସ୍କୁ ପୂରା କର୍ଡନ କରି କ୍ରାଇମବ୍ରାଞ୍ଚ ଟିମ୍ ଯାଞ୍ଚ କରିଛି। ୫ ଦିନିଆ ରିମାଣ୍ଡର ଆଜି ଶେଷ ଦିନ ହୋଇଥିବାରୁ ଗିରଫ ଶର୍ମିଷ୍ଠା, ନିରଞ୍ଜନ, ଝୁନା, ରାଜ୍ଙ୍କଠୁ ଅଧିକ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା ହେଉଛି। ପ୍ରକୃତରେ କେଉଁ କାରଣ ପାଇଁ ମାନସଙ୍କୁ ହତ୍ୟା କରାଗଲା ?ସେ ସମ୍ପର୍କରେ ତଦନ୍ତ ଚାଲିଛି। । freeslots dinogame telegram营销