ଆର୍ଯ୍ୟନ ଖାନ୍ ମାମଲା , ସାକ୍ଷୀ ପ୍ରଭାକର ସାଇଲଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୦୨/୦୪:  ଆର୍ଯ୍ୟନ ଖାନ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସାକ୍ଷୀ ପ୍ରଭାକର ସାଇଲଙ୍କର ମୃତ୍ୟୁ ହୋଇଛି ।  , ପ୍ରଭାକର ସାଇଲ୍‌ଙ୍କର ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ଗତ ବର୍ଷ କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିବା ପରେ ପ୍ରଭାକର ସାଇଲ୍   ଏନସିବିର ତତ୍କାଳୀନ ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ।ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଓକିଲ ତୁଷାର ଖଣ୍ଡାରେ କହିଛନ୍ତି । ଘରେ ହିଁ ସେ ହୃଦଘାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ପ୍ରଭାକର ସେଲ ସମୀର ୱାଙ୍ଖେଡେଙ୍କ ଉପରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ଆଣିଥିଲେ। ଏହା ପରେ ସମୀରଙ୍କ ଉପରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି ମାମଲାର ତଦନ୍ତ କରୁଥିବା ଏନସିବିର ଭିଜିଲାନ୍ସ ଟିମ ପ୍ରଭାକର ସେଲଙ୍କୁ ପଚରାଉଚରା ପାଇଁ ଡାକିଥିଲା। ସେହି ସମୟରେ ସମୀର ୱାଙ୍ଖଡେ ଏନସିବିର ଜୋନାଲ ନିର୍ଦ୍ଦେଶକ ଥିଲେ।  freeslots dinogame telegram营销

-Advertisement-
-Advertisement-