ରାଜ୍ୟ ସ୍ଥରୀୟ ଶିକ୍ଷକ ସମ୍ମିଳନୀ

ମାଲକାନଗିରି ,୨୮/୦୩ :  – ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦର ସମ୍ମିଳନୀ ଗୃହରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସ୍ଥରୀୟ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଅଛି। ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନର ମହା ସଚିବ ଶ୍ରୀଯୁକ୍ତ କମଳାକାନ୍ତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଉପଦେଷ୍ଟା ଏବଂ ସମ୍ମାନିତ ଅତିଥି ଭାବେ ବବ୍ରୁ ବାହାନ (ସମ୍ବଲପୁର) ଲିମ୍ବୁ ଚରଣ ଶିରା (ନବରଙ୍ଗପୁର) ସିମାଞ୍ଚଳ ପାଣିଗ୍ରାହୀ (ମାଲକାନଗିରି) ସ୍ବର୍ଣ୍ଣପ୍ରଭା ମେକପ (ଭୁବନେଶ୍ଵର) ସବିତା ମହରା, (ବଲାଙ୍ଗିର) ପି. ସୁଶୀଳା (ନବରଙ୍ଗପୁର) ଜୟନ୍ତୀ ଦେବତା, (ସମ୍ବଲପୁର) ଆଦି ଯୋଗ ଦେଇଥିଲେ। ଜିଲ୍ଲା ସଭାପତି ନୀଳକଣ୍ଠ ବେହେରାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ସଂଚାଳିତ ହେଇଥିଲା। ଆଜିର ଆଲୋଚନାର ମୁଖ୍ୟ ବିଷୟ ଥିଲା ପେନସନ ସମ୍ବନ୍ଧୀୟ। ବିଗତ ଦିନରେ ସରକାର ପୁରୁଣା ପେନସନ ନିୟମକୁ ରଦ୍ଧ କରି ନୂତନ ପେନସନ ନୀତି ଲାଗୁ କରିଛନ୍ତି। ଯାହା ଗ୍ରହଣୀୟ ନୁହଁ। କାରଣ ଜଣେ ସରକାରୀ କର୍ମଚାରୀ ଅବସର ପରେ ସମ୍ପୂର୍ଣ ଭାବେ ପେନସନ ଉପରେ ନିର୍ଭର କରିଥାଏ। ପୂର୍ବରୁ ଦେଶର ଆର୍ଥିକ ଅବସ୍ଥା ଅନୁନ୍ନତ ଥିବାବେଳେ ମଧ୍ୟ ତତ୍କାଳୀନ ସରକାର କେବେବି କର୍ମଚାରୀ ମାରଣ ନୀତି ଲାଗୁ କରିନଥିଲେ। ଏବେ ଦେଶର ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ବହୁତ ଭଲ ଥିବାବେଳେ ପୁରୁଣା ପେନସନ୍ କୁ ବଦଳାଇ ନୂତନ ନୀତି ଲାଗୁ କରିବା, ଅତ୍ୟନ୍ତ ନିନ୍ଦନୀୟ। ସେଥିପାଇଁ କେବଳ ଶିକ୍ଷକ ନୁହଁ, ଅନ୍ୟାନ୍ୟ ସରକାରୀ କର୍ମଚାରୀ ମଧ୍ୟ ଏହାର ଦୃଢ଼ ପ୍ରତିବାଦ କଲେଣି। ସରକାର ଶିକ୍ଷକ ମାନଙ୍କୁ ଗୋତି ଶ୍ରମିକ ପରି, (ଶିକ୍ଷା (ସ୍ବେଚ୍ଛାସେବୀ) (ଶିକ୍ଷା ସହାୟକ) ଭାବରେ ନାମମାତ୍ର ଦରମାରେ ଛଅ ସାତ ବର୍ଷ ଖଟେଇ ନିୟମିତ କରିବା ଦ୍ୱାରା ଶିକ୍ଷକ ମାନଙ୍କ ମନରେ ସ୍ପୃହା ରହୁନାହିଁ। ଏହା ଉଦବେଗ ର ବିଷୟ। ତେଣୁ କନିଷ୍ଠ କଣ୍ଟ୍ରାକଚୁଆଲ ଶିକ୍ଷକଙ୍କ ବିଷୟ ଗୁରୁତ୍ୱର ସହ ବିଚାର ବିମର୍ଷ କରି ଯଥା ଶୀଘ୍ର ନିୟମିତ କରିବା ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି କରିବା ପାଇଁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିକ୍ଷକ ମାନେ ମତ ଦେଇଥିଲେ। ଉକ୍ତ ମଞ୍ଚରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ, ବ୍ଯାସ କବି ସାହିତ୍ୟ ସଂସଦ ନୀଳଗିରି ବାଲେଶ୍ଵରର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଯଚିନ୍ଦ୍ର ସ୍ୱାଇଁଙ୍କ କବିତା ସଙ୍କଳନ (ବୈରାଗୀ) ଲୋକାର୍ପଣ କରାଯିବା ସହ ଶ୍ରୀଯୁକ୍ତ ସ୍ୱାଇଁଙ୍କୁ “ମାଲ୍ୟବନ୍ତର ଶିକ୍ଷକ ଗୌରବ ” ସମ୍ମାନରେ ସମ୍ମାନିତ କରାଯାଇଥିଲା। ସ୍ବର୍ଣ୍ଣପ୍ରଭା ମେକପ, ଜୟନ୍ତୀ ଦେବତା, ଆଭାରାଣୀ ବିଶ୍ଵାଳ, କେଦାର ନାଥ ବେହେରା, ଆଶିଶ ପାଲ, କମଳାକାନ୍ତ ସେଠୀ, ସବିତା ମହରା, ବୁଲୁନାଥ ତନ୍ତୀ, ଶେଷଦେବ ପ୍ରଧାନଙ୍କୁ ଶ୍ରେଷ୍ଠ ସଂଗଠକ ସମ୍ମାନ- ୨୦୨୨ ପ୍ରଦାନ ସହ ସ୍ଵତନ୍ତ୍ର ଭାବରେ ବୃଷକେତୁ ବେହେରା, ଗୌରାଙ୍ଗ ସାଜନ, ବାଲାରାଜୁ ପାଢୀ ଏବଂ ସିମାଞ୍ଚଳ ପାଣିଗ୍ରାହୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଶେଷଦେବ ପ୍ରଧାନଙ୍କ ଧନ୍ଯବାଦ ଅର୍ପଣ ପରେ ସମ୍ମିଳନୀ ଉଦଯାପିତ ହେଇଥିଲା। freeslots dinogame telegram营销

-Advertisement-
-Advertisement-