ଭୀମଭୋଇ ଭିନ୍ନକ୍ଷମ ଶିବିର

ରାଜକନିକା,୧୫ା୩: ରାଜକନିକା ବ୍ଲକ୍‌ରେ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଶିବିରକୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ରାଜକନିକା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ, ତହସିଲଦାର ପ୍ରେମାନନ୍ଦ ବେହେରା ଏବଂ ସାମାଜିକ ସୁରକ୍ଷା ଉପଖଣ୍ଡ ଅଧିକାରୀ ରୁପାଲୀ ପ୍ରିୟଦର୍ଶନୀ ନାୟକ ପ୍ରମୁ୍‌ଖ ଯୋଗଦେଇ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ୫ଟି ବିଭାଗର ଡ଼ାକ୍ତର ଉପସ୍ଥିତ ରହି ୨୮୩ ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରିବା ସହିତ ୪୯ ଜଣଙ୍କୁ ତିନି ଚକିଆ ସାଇକଲ, ହୁଇଲ ଚେୟାର ଓ ଆଶା ବାଡ଼ି ପ୍ରଦାନ କରାଯିବା ନେଇ ଚୂଡ଼ାନ୍ତ ହୋଇଛି । କରୋନା ମହାମାରୀ ପାଇଁ ଦୁଇ ବର୍ଷ ଧରି ବନ୍ଦ କରିବା ପରେ ଚଳିତ ଥର ପୁର୍ନବାର ଏହି ଶିବିର ଅନୁଷ୍ଠିତ ହୋଇଛି । ଏହି କାରଣକୁ ନେଇ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି । ଏହି ଭିନ୍ନକ୍ଷମ ଶିବିରକୁ ରାଜକନିକା ବ୍ଲକ୍ ପ୍ରଶାସନ ସହଯୋଗ କରିଥିବା ବେଳେ ମୁଖ୍ୟ ଉପଅଧିକାରୀ ଅବକାଶ ସ୍ୱାଇଁ, କନିଷ୍ଠ ସହାୟକ ସୁଧାଂଶୁ ଶେଖର ପ୍ରଧାନ ଏବଂ ପିଏ ସରୋଜ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ । freeslots dinogame telegram营销

-Advertisement-
vinnakhyama sibira rajkanika 2
-Advertisement-