
ନୂଆଦିଲ୍ଲୀ ୦୨/୦୩: ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ| ଉଭୟ ଦେଶ ମଧ୍ୟରେ ଶାନ୍ତି ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଥିଲେ ବି ଏଥିରେ ସଫଳତା ମିଳିପାରି ନାହିଁ। ୟୁକ୍ରେନ୍ରେ ଅଟକି ଥିବା ଭାରତୀୟମାନଙ୍କୁ ଫେରାଇଆଣିବା ପାଇଁ କେନ୍ଦ୍ର ସରକାର ‘ଅପରେଶନ ଗଂଗା’କୁ ତୀବ୍ର କରିଦେଇଛନ୍ତି । ୟୁକ୍ରେନ ରାଜଧାନୀ କିବ୍ରେ ଫସିଥିବା ସମସ୍ତ ଭାରତୀୟ ନାଗରିକ ନିରାପଦରେ ବାହାରି ଆସିଛନ୍ତି। ସେଠାରେ ଆଉ କେହି ଭାରତୀୟ ନାଗରିକ ନ|ହ|ନ୍ତି। ଏହାପରେ ଭାରତୀୟ ଦୂତାବାସକୁ ମଧ୍ୟ ବନ୍ଦ କରିଦିଆଯାଇଛି। ବୈଦେଶିକ ବିଭାଗ ସଚିବ ହର୍ଷ ବର୍ଦ୍ଧନ ସନ୍ଧ୍ୟାରେ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ନାଗରିକମାନଙ୍କୁ ଆଣିବା ଲାଗି ଆସନ୍ତା ତିନି ଦିନ ମଧ୍ୟରେ ୩୬ଟି ବିମାନ ଯିବ। ଖାରକିଭ୍ ଏବଂ ୟୁକ୍ରେନର ଅନ୍ୟ ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଭାରତୀୟ ନାଗରିକଙ୍କ ନିରାପଦ ପ୍ରସ୍ଥାନ ଲାଗି ଉଭୟ ରୁଷ ଏବଂ ୟୁକ୍ରେନକୁ ଅନୁରୋଧ କରାଯାଇଛି। ଉଭୟ ଦେଶର ରାଷ୍ଟ୍ରଦୂତଙ୍କୁ ଡାକି ବୈଦେଶିକ ବିଭାଗ ପକ୍ଷରୁ ଛାତ୍ର ମୃତ୍ୟୁ ସଂପର୍କରେ ଭାରତର ଉଦବେଗ ଜଣାଇ ଦିଆଯାଇଛି। ଏୟାରଫୋର୍ସ ସି-୧୭ ଏୟାରକ୍ରାଫ୍ଟ ରୋମାନିଆରୁ ଭାରତୀୟମାନଙ୍କୁ ଫେରାଇ ଆଣିବ । ଏଥିରେ ପ୍ରାୟ ୧୪ ହଜାରରୁ ଅଧିକ ଭାରତୀୟ ଛାତ୍ର ଅଛନ୍ତି, ଯେଉଁମାନେ ରୋମାନିଆ ଦେଇ ୟୁକ୍ରେନରୁ ଅଣାଯାଉଛି । ପୋଲାଣ୍ଡ ଏବଂ ରୋମାନିଆର ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଭାରତୀୟମାନେ ୟୁକ୍ରେନ ସୀମା ଅତିକ୍ରମ କରି ଏହି ଦୁଇ ଦେଶରେ ଆଶ୍ରୟ ନେଇଛନ୍ତି। ସେମାନଙ୍କର ସମସ୍ତ ସୁବିଧା ଲାଗି ଭାରତୀୟ ଦୂତାବାସ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଭାରତୀୟ ବିମାନ ଏହି ଦୁଇ ଦେଶକୁ ଯାଇ ଭାରତୀୟ ନାଗରିକମାନଙ୍କୁ ସ୍ବଦେଶ ଆଣିବେ। ଏହି ସମୟରେ ପୋଲାଣ୍ଡରୁ ଏକ ଖବର ସାମ୍ନାକୁ ଆସୁଛି । ୟୁକ୍ରେନ୍ର ଋଷର ଆକ୍ରମଣରୁ ରକ୍ଷା ପାଇଥିବା ଭାରତୀୟ ଛାତ୍ରମାନଙ୍କୁ ପୋଲାଣ୍ଡ ବର୍ତ୍ତମାନ ବିନା ଭିସାରେ ପୋଲାଣ୍ଡରେ ପ୍ରବେଶ କରିବାକୁ ଅନୁମତି ଦେଉଛି । ଭାରତରେ ପୋଲାଣ୍ଡର ରାଷ୍ଟ୍ରଦୂତ ଆଦାମ ବୁରାକୋସ୍କି ଏହି ସୂଚନା ଦେଇଛନ୍ତି । ୟୁକ୍ରେନରେ ହୋଇଥିବା ଭୟଙ୍କର ବିସ୍ଫୋରଣ ହେତୁ ଅଧିକାଂଶ ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ବଙ୍କର୍ ଏବଂ ଭୂତଳ ଆଶ୍ରୟସ୍ଥଳୀରେ ରହୁଛନ୍ତି । ମେଟ୍ରୋ ଷ୍ଟେସନଗୁଡିକ ଆଶ୍ରୟସ୍ଥଳ ପାଲଟିଛି । କିଭର ଅନେକ ଲୋକ ନିଜେ ମେଟ୍ରୋ ଷ୍ଟେସନରେ ରହୁଛନ୍ତି । ୟୁକ୍ରେନରେ ଫସି ରହିଥିବା ଅନେକ ପିଲା ଭାରତ ସରକାରଙ୍କ ସ୍ୱତନ୍ତ୍ର ବିମାନ ଯୋଗେ ଭାରତରେ ପହଞ୍ଚିବା ଆରମ୍ଭ କରିଛନ୍ତି । freeslots dinogame telegram营销