ଆଜିଠୁ କ୍ଲାସ୍ ରୁମ୍‌ରେ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା

ଭୁବନେଶ୍ୱର ୨୮।୦୨ : ଆଜିଠୁ କ୍ଲାସ୍ ରୁମ୍‌ରେ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା। ଦୁଇ ବର୍ଷ ପରେ ଦେଖିବେ କ୍ଲାସ ରୁମ। ହେଲେ ପ୍ରଥମ ସପ୍ତାହ ପାଠପଢା ହେବନି।    ପିଲାଙ୍କୁ ବିଭିନ୍ନ ଆକ୍ଟିଭିଟିରେ ସାମିଲ କରାଯିବ ।  ଏହାସହ ଯେହେତୁ ପିଲା ମାନଙ୍କର ଦୁଇ ବର୍ଷ ଧରି ସିଧାସଳଖ କ୍ଲାସ ପ୍ରମୋସନ ହୋଇଛି। ତେଣୁ ଦୁଇ ବର୍ଷର ପାଠ ପଢା କ୍ଷତି ଭରଣା କରିବା ପାଇଁ ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରିବାକୁ ସରକାର ଯୋଜନା କରିଛନ୍ତି। ପ୍ରଥମ ୬ଦିନ ପିଲାଙ୍କର ସାମାଜିକ ଭାବାବେଗ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯିବ। ପିଲାଙ୍କୁ ଖେଳକୁଦ , ନାଚ , ବିଭିନ୍ନ ପ୍ରତିଯୋଗିତା ଆଦି ଗୀତ ଆକ୍ଟିଭିଟି ମାଧ୍ୟମରେ ସ୍କୁଲ ସହିତ ବାନ୍ଧି ରଖାଯିବ ବୋଲି ମନ୍ତ୍ରୀ ସମିର ରଞ୍ଜନ ଦାଶ କହିଛନ୍ତି। ପିଲାମାନେ ପାଠପଢ଼ାଠାରୁ ଦୂରରେ ଥିବାରୁ ସେମାନେ ଯେପରି ପଛେଇ ଯିବେ ନାହିଁ ସେଥିପାଇଁ ସ୍ବତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ ପାଠ୍ୟକ୍ରମରେ ସାମିଲ କରାଯିବ। ଏଥିପାଇଁ ଜିଲା ଓ ବ୍ଲକ ଶିକ୍ଷାଧିକାରୀମାନେ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି, ଯେପରି ସ୍କୁଲ୍‌ରେ ଉପସ୍ଥାପନ ବଢିବ ସେନେଇ ଅଭିଭାକଙ୍କ ସହିତ ଆଲୋଚନା ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।ସ୍କୁଲ ହତା ମାଡିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା। କ୍ଲାସ ରୁମରେ ଚାଲିବ ପଠା ପଢା। ଆଉ ଏଥର ମୋବାଇଲ କି କଂପ୍ୟୁଟରରେ ଅନଲାଇନ ପାଠପଢା ନୁହେଁ। ଶ୍ରେଣୀ ଗୃହରେ ବସି କଳାପଟାରେ ପାଠ ପଢି ପାରିବେ। ପିଲାଙ୍କ ମାଇଣ୍ଡ ରିଫ୍ରେସ କରିବା ପାଇଁ ସ୍କୁଲରେ ସପ୍ତାହେ ବ୍ୟାପି ପଜଲ ଗେମ୍, ପେଣ୍ଟିଂ ଓ ବିଭିନ୍ନ ଶିକ୍ଷାଧର୍ମୀ ଖେଳ ଆଦି ଆକ୍ଟିଭିଟି କରାଯିବ । ଯେହେତୁ ପିଲା ମାନଙ୍କର ଦୁଇ ବର୍ଷ ଧରି ସିଧାସଳଖ କ୍ଲାସ ପ୍ରମୋସନ ହୋଇଛି । ତେଣୁ ଦୁଇ ବର୍ଷର ପାଠପଢା କ୍ଷତି ଭରଣା ପାଇଁ ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରାଯିବ । freeslots dinogame telegram营销

-Advertisement-
-Advertisement-