
ନୂଆଦିଲ୍ଲୀ, ୧୫/୦୨: ଭାରତ ଏବଂ ଫିଲିପାଇନ୍ସ ପ୍ରତିରକ୍ଷା ଓ ସାମୁଦ୍ରିକ କ୍ଷେତ୍ରରେ ଦୃଢ଼ତା ସହ ଆତଙ୍କବାଦର ମୁକାବିଲା ନିମନ୍ତେ ରାଜି ହୋଇଛନ୍ତି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ତାଙ୍କ ପ୍ରତିପକ୍ଷ ମାନିଲାରେ ଅନୁଷ୍ଠିତ ଆଲୋଚନା କାଳରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସହଯୋଗ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦ୍ୱିପାକ୍ଷିକ ସହଯୋଗ ଉପରେ ମିଳିତ ଆୟୋଗର ବୈଠକ ପରେ ଦୁଇ ମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ବିକାଶର ସମୀକ୍ଷା କରିଛନ୍ତି। ପାରସ୍ପରିକ ସ୍ୱାର୍ଥ ସମେତ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗରେ ମଧ୍ୟ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଗଭୀର ଭାବ ବିନିମୟ ହୋଇଥିଲା। ଦ୍ୱିପାକ୍ଷିକ ସମ୍ପର୍କର ସାମ୍ପ୍ରତିକ ଧାରାକୁ ଉଭୟ ସ୍ୱାଗତ କରିଛନ୍ତି ଯାହା ପାରସ୍ପରିକ ଲାଭଦାୟକ ସହଯୋଗର ଗଭୀରତା ଏବଂ ଉଭୟ ଦେଶର ନେତୃତ୍ୱର ଦୃଷ୍ଟିକୋଣ ଅନୁଯାୟୀ ଭାଗିଦାରୀତା ସ୍ୱାର୍ଥ ଉପରେ ଆଧାର କରି ନୂତନ କ୍ଷେତ୍ରକୁ ବିସ୍ତାର କରିବାରେ ସହାୟକ ହୋଇଛି ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। freeslots dinogame telegram营销