ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ଡକାୟତି ଉଦ୍ୟମ ବେଳେ ୬ ଜଣଙ୍କୁ ଧରିଲା ପୁଲିସ

ପୁରୀ,୧୧/୨:ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ଡକାୟତି ଉଦ୍ୟମ ଚାଲିଥିବା ବେଳେ ଚୋରଙ୍କ ଆଡ୍ଡା ଉପରେ ପୁଲିସ ଅତର୍କିତ ଚଢ଼ଉ କରିଛି। ପୁଲିସ ଘଟଣାସ୍ଥଳରୁ ମାରଣାସ୍ତ୍ର, ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ଜବତ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବାସେଳିସାହି ଥାନା ଟେଲିଫୋନ୍‌ ଏକ୍ସଚେଞ୍ଜ ନିକଟ ଖୁଣ୍ଟିଆ କଲୋନି ନିବାସୀ ମହେଶ୍ୱର ପଲେଇଙ୍କ ପୁଅ କୃଷ୍ଣଚନ୍ଦ୍ର ପଲେଇ (୩୪) ଓରଫ କାଲିଆ, ଟାଉନ୍‌ ଥାନା ଅନ୍ତର୍ଗତ ଲୋକନାଥ ରୋଡ ଅଧିନ ସାଗରପଡ଼ିଆ ନିବାସୀ କୃଷ୍ଣ ବାରିକଙ୍କ ପୁଅ ମଙ୍ଗୁଳି ବାରିକ (୨୫), ଟାଉନ୍‌ ଥାନା ଅନ୍ତର୍ଗତ ବାରବାଟୀ ଜାଗା ନିକଟ ନାଗମଠ ଲେନ୍‌ ନିବାସୀ ବଳଭଦ୍ର ପଣ୍ଡାଙ୍କ ପୁଅ ନାରାୟଣ ପଣ୍ଡା (୨୮) ଓରଫ ପପୁ, ବାସେଳିସାହି ଥାନା ଅଧିନ ତ୍ରିଦେବ ନଗର ନିକଟ ଭଟ୍ଟଜଗା ନିବାସୀ ଲକ୍ଷ୍ମୀସାଗର ଷଡ଼ଙ୍ଗୀଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ (୨୩) ଓରଫ କାହ୍ନା, ସଦର ଥାନା ଅଧିନ ଖଣ୍ଡିଆବନ୍ଧସାହିର ସ୍ୱର୍ଗତ ବାନାମ୍ବର ସ୍ୱାଇଁଙ୍କ ପୁଅ ସୁକାନ୍ତ ସ୍ୱାଇଁ (୩୫) ଓ ଟାଉନ୍‌ ଥାନା ଅନ୍ତର୍ଗତ ଚୂଡ଼ଙ୍ଗସାହିସମିଳ ନିବାସୀ ଈଶ୍ୱର ଚନ୍ଦ୍ର ମହାପାତ୍ରଙ୍କ ପୁଅ ସୂର୍ଯ୍ୟ ପ୍ରସାଦ ମହାପାତ୍ର (୨୮)ଙ୍କୁ ଡକାୟତି ପାଇଁ ଯୋଜନା କରୁଥିବା ଅଭିଯୋଗରେ ଗିରଫ କରାଯାଇଥିବାର ପୁଲିସ କହିଛି । ଚଢ଼ଉ ସମୟରେ ଡକାୟତମାନଙ୍କ ଠାରୁ ଏକ ଅଟୋମାର୍କ ପିସ୍ତଲ, ଏକ ୯ଏମଏମ୍‌ ପିସ୍ତଲ, ଏକ କଟୁରୀ, ଏକ କଳା ରଙ୍ଗର ପଲସର୍‌ ବାଇକ୍‌ ଓ ୨ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। freeslots dinogame telegram营销

-Advertisement-
-Advertisement-