ପିପିଲିରେ ଜିଲ୍ଲାପାଳ ତଦାରଖ କଲେ ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥା

ପିପିଲି,୧୦/୨:ପୁରୀ ଜିଲାପାଳ ସମର୍ଥ ବର୍ମା ବୁଧବାର ପିପିଲି ବ୍ଲକ ଗସ୍ତରେ ଆସି ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ପିପିଲି ବ୍ଳକ ପରିସରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କରାଯାଇଥିବା ଭୋଟ୍‍ ଗଣତି କେନ୍ଦ୍ର ଓ ଆବଣ୍ଟନ କେନ୍ଦ୍ରକୁ ଜିଲାପାଳ ପରିଦର୍ଶନ କରିବା ସହ ସେଠାକାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏହା ସହିତ ବ୍ଳକ ପରିସରରେ ହୋଇଥିବା ମିଶନ ଶକ୍ତି କାଫେକୁ ଜିଲାପାଳ ପରିଦର୍ଶନ କରିବା ସହ ସେଠାକାର ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ ।ଏହା ପରେ ରାଜ୍ୟ ସରକାରଙ୍କ ୫ଟି ଅଧିନକୁ ଯାଇଥିବା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲକୁ ସେ ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟକୁ ତଦାରଖ କରିଥିଲେ । ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଚାଲିଥିବା ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ, ଅପଗ୍ରେଡ଼େଡ଼ ଲାବୋରେଟୋରୀ (ପ୍ରୟୋଗଶାଳା)ର କାର୍ଯ୍ୟକୁ ଜିଲାପାଳ ଅନୁଧ୍ୟାନ କରିଥିଲେ । ବିଦ୍ୟାଳୟ ପରିସର ଓ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ବୃକ୍ଷରୋପଣ, ଖେଳପଡିଆର ଉନ୍ନତୀକରଣ, କ୍ରୀଡା ଉପକରଣ, ବିଶୁଦ୍ଧ ପାନୀୟ ଜଳ ସୁବିଧା ଆଦି ସଂପର୍କରେ ସେ ପିପିଲି ବିଡିଓ ରଶ୍ମିତା ନାଥଙ୍କ ଠାରୁ ପଚାରି ବୁଝିଥିଲେ । ଜିଲାପାଳଙ୍କ ଏହି ଗସ୍ତ ସମୟରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ମହାପାତ୍ର, ବିଡିଓ ରଶ୍ମିତା ନାଥ ପ୍ରମୁଖ ଉପସ୍ଥିତ ଥିଲେ । freeslots dinogame telegram营销

-Advertisement-
-Advertisement-