ଖରାଦିନ ଆସିଲାଣି ଚାଲ ପିଇବା ପଇଡ ପାଣି

ଭୁବନେଶ୍ଵର ୧୭/୦୩ : ଖରାଦିନ ଆସିଲାଣି। ପ୍ରବଳ ଶୋଷ। ଖରା ବଢିଲାଣି । ଏବେ ଖାଲି ପାଣି ପିଇବା ପାଇଁ ମନ କହୁଛି। ଖରାଦିନ ପଇଡ ପାଣି ପିଇବାର ଅନେକ ଫାଇଦା ରହିଛି। ପଇଡ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହେବା ସହିତ ଶରୀର ହାଇଡ୍ରେଟ୍ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ପଇଡ ପାଣି ପିଇଲେ କଣ ରହିବ ଲାଭ ।

ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲ୍ ହୋଇଥାଏ :

ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ପଇଡ ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ। ନଡିଆ ପାଣି ରକ୍ତଚାପକୁ ନର୍ମାଲ୍ ରଖିବାରେ ସାହାଯ୍ୟ କରିଥାଏ।

ଇମ୍ୟୁନିଟି ମଜବୁତ ହୋଇଥାଏ :

ପଇଡ ପାଣି ପିଇବା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏକ ନଡ଼ିଆରେ ପ୍ରାୟ ୬୦୦ ମିଗ୍ରା ପୋଟାସିୟମ୍ ମିଳିଥାଏ। ଯେଉଁଥିପାଇଁ ପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ ।

ବାନ୍ତି କମ୍ କରିଥାଏ :

ବାନ୍ତି ଏବଂ ଝାଡା ସମସ୍ୟାରେ ପଇଡ ପାଣି ଲାଭଦାୟକ ହୋଇଥାଏ। ନଡ଼ିଆ ପାଣି ପିଇବା ଦ୍ୱାରା ବାନ୍ତି, ଝାଡ଼ା, ପେଟ ଜଳିବା, ଅନ୍ତନଳୀରେ ପ୍ରଦାହ ଏବଂ ଅଲସର ସମସ୍ୟା ଦୂର ହୋଇଥାଏ।

Exit mobile version