୨୭୫ କୋଟି ଟଙ୍କାରେ ହେବ ବିଧାୟକଙ୍କ ପାଇଁ ଭୂତଳ ପ୍ରସାଦ

ଭୁବନେଶ୍ଵର, ୧୪/୦୩ : ଆସନ୍ତା ଅଢେ଼ଇ ବର୍ଷ ମଧ୍ୟରେ ଶେଷ ହେବ ବିଧାୟକଙ୍କ ପାଇଁ ନିର୍ମିତ ହେଉଥିବା ଭୂତଳ ପ୍ରସାଦ କାମ। ଏଥିପାଇଁ ୨୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଓବିସିସି ଚିଫ୍ ଇଞ୍ଜିନିୟରଙ୍କୁ ୫୦ କୋଟି ପ୍ରଦାନ କରାଯାଉଛି। ଅବଶିଷ୍ଟ ୨୨୫ କୋଟି ଟଙ୍କା ଅର୍ଥବିଭାଗ ଦେବ। ଏଥିପାଇଁ ବଜେଟରେ ବ୍ୟବସ୍ଥା କରାଯିବ। ବିଧାୟକ କ୍ୱାଟର ଅଗ୍ରଗତି ନେଇ ସମୀକ୍ଷା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବାଚସ୍ପତି ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଧାୟକ କଲୋନୀରେ ଏବେବି ୭ ଜଣ ବିଧାୟକ କ୍ୱାଟର ଛାଡିବେ। ସେମାନଙ୍କ ସହ ଫୋନ ଯୋଗେ ଆଲୋଚନା କରାଯାଇଛି। ଚଳିତ ମାସ ୧୮ରୁ ୨୫ ମଧ୍ୟରେ ସମସ୍ତେ ଘର ଛାଡିବେ। ଏହା ପରେ ପୁରୁଣା କୋଠା ଭଙ୍ଗାଯିବ। କ୍ୱାଟର ନିର୍ମାଣ ପାଇଁ ଟେଣ୍ଡର ସରିଛି। ବଡ଼ ବଡ଼ କମ୍ପାନୀ ଅଂଶଗ୍ରହଣ କରିଛନ୍ତି। ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ କରି କାର୍ଯ୍ୟାଦେଶ ଦିଆଯିବ। ମୋଟ ୩୦୦ କ୍ୱାଟର ନିର୍ମାଣ କରାଯିବ। କିଛି କ୍ୱାଟର ୧୧ ମହଲା କିଛି ୧୦ ମହଲା ହେବ। ୧୩୦ ଟି କ୍ୱାଟର ବିଧାୟକଙ୍କ ପାଇଁ ରହିବ। ୧୦୫ ଟି ଟାଇପ୍ –VII ଓ ୨୫ଗୋଟି ଟାଇପ୍–V କ୍ୱାଟର ରହିବ। ଆଇଏଏସ ଅଧିକାରୀଙ୍କ ପାଇଁ ବି କିଛି କ୍ୱାଟର ରହିବ। ଏହି ବିଲ୍ଡିଂରେ ମାର୍କେଟ କମ୍ପ୍ଲେକ, ମେଡ଼ିକାଲ ବ୍ୟବସ୍ଥା, ୨ ହଜାର ଲୋକ ଭୋଜି ଖାଇବା ପରି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ।

Exit mobile version