୨୪ଘଣ୍ଟାରେ ୩୦ଟି ବିମାନରେ ଭାରତ ଫେରିଛନ୍ତି ୬,୪୦୦ଜଣ : ଅରିନ୍ଦମ ବାଗଚି

ନୂଆଦିଲ୍ଲୀ,୦୩/୦୩:ଋଷ-ୟୁକ୍ରେନ୍‌ ଯୁଦ୍ଧ   ଲଗାତାର ଅଷ୍ଟମ ଦିନରେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ସୈନ୍ୟଙ୍କ ସହ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ହେଲା । ଭାରତ, ସହ ଅନ୍ୟାନ୍ୟ ଦେଶର ନାଗରିକ ଛାଡ଼ୁଛନ୍ତି ୟୁକ୍ରେନ ଛାଡ଼ି ନିଜ ଦେଶକୁ ଫେରିବାକୁ ଉଦ୍ୟମ କରୁଛନ୍ତି । ୧୮,୦୦୦ ଭାରତୀୟ ୟୁକ୍ରେନ ଛାଡ଼ିସାରିଛନ୍ତି। ୨୪ଘଣ୍ଟାରେ ୩୦ଟି ବିମାନରେ ଭାରତ ଫେରିଛନ୍ତି ୬,୪୦୦ଜଣ। ଆଜି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହା କହିଛନ୍ତି।  ଏହାରି ମଧ୍ୟରେ ୟୁକ୍ରେନରେ ଫସିଥିବା ପିଲାଙ୍କୁ ଉଦ୍ଧାର ନେଇ ବୈଦେଶିକ ମନ୍ତ୍ରାଳୟର ସୂଚନା ଜାରିକରିଛି ।  ସେ କହିଛନ୍ତି ବୁଧବାର ଜରୁରୀ ଘୋଷଣା ପରେ ଖାରକିଭରୁ ପିଲାମାନେ ପଳାଇ ଆସିଛନ୍ତି । ଏବେ ପେସୋଚୀନରେ ପାଖାପାଖି ୧ ହଜାର ଭାରତୀୟ ରହିଛନ୍ତି । ସେମାନଙ୍କୁ ବର୍ଡର ଯାଏ ଆଣିବାକୁ ଆମେ ଆଲୋଚନା ଜାରି ରଖିଛୁ । ଉଭୟ ଋଷ ଏବଂ ୟୁକ୍ରେନ ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ମଧ୍ୟ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଛନ୍ତି । ପିଲାମାନଙ୍କୁ କେମିତି ସୁରକ୍ଷିତ ଭାବେ ବର୍ଡର ଅଣାଯିବ, ଉଦ୍ୟମ ଚାଲିଛି । ହଙ୍ଗେରୀ, ରୋମାନିଆ ଦେଇ ଭାରତୀୟମାନଙ୍କୁ ଅଣାଯାଉଛି ବୋଲି କହିଛନ୍ତି ବାଗଚୀ ।ଏପର୍ଯ୍ୟନ୍ତ ମୋଟ ୧୮ ହଜାର ଭାରତୀୟ ୟୁକ୍ରେନ ଛାଡିଛନ୍ତି। ଅପରେସନ୍ ଗଙ୍ଗାର ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗୋଟିଏ ଦିନରେ ୩ହଜାର ଭାରତୀୟଙ୍କୁ ୧୫ଟି ବିମାନ ମାଧ୍ୟମରେ ଭାରତ ଅଣାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୩୦ଟି ବିମାନରେ ୬,୪୦୦ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ଏ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଆସନ୍ତାକାଲି ପାଇଁ   ୧୮ଟି ବିମାନ ଉଡ଼ାଣ ନେଇ ସ୍ଥିର ହୋଇଛି। ରୋମାନିଆର ଏକ ନୂତନ ସ୍ଥାନ ସୁଚିଆବା ଚିହ୍ନଟ କରାଯାଇଛି ଯେଉଁଠାରୁ ବିମାନ ମାଧ୍ୟମରେ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯିବ। ଅଧିକରୁ ଅଧିକ ଭାରତୀୟଙ୍କୁ ଫେରାଇଆଣିବା ହିଁ ମନ୍ତ୍ରାଳୟର ପ୍ରୟାସ। ଭାରତୀୟଙ୍କ ପାଇଁ ସେଠାରେ ଖାଦ୍ୟ ଏବଂ ରହିବାର ବ୍ୟବସ୍ଥା କରାଯାଉଛି। freeslots dinogame telegram营销

-Advertisement-
-Advertisement-