୨୨ ୟୁଟ୍ୟୁବ ଚ୍ୟାନେଲ ଉପରେ ରୋକ ଲଗାଇଲେ ଭାରତ ସରକାର

ନୂଆଦିଲ୍ଲୀ,୫।୪ : ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଫେକ୍‌ ନ୍ୟୁଜ ପ୍ରସାରଣ କରୁଥିବା ୧୮ଟି ଭାରତୀୟ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦେଇଛି।ଦେଶରେ ମୋଟ ୨୨ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ରୋକ ଲଗାଇଛନ୍ତି ଭାରତ ସରକାର । ୨୨ ଚ୍ୟାନେଲ ମଧ୍ୟରେ ୪ଟି ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଅନ୍ତର୍ଭୁକ୍ତ ରହିଛି । ଜାତୀୟ ନିରାପତ୍ତା, ବିଦେଶ ନୀତି ସମ୍ପର୍କରେ ଭୁଲ୍ ତଥ୍ୟ ପ୍ରସାରଣ କରୁଥିବାର ଅଭିଯୋଗ ରହିଛି । ଦେଶର ନିରାପତ୍ତା ଦୃଷ୍ଟିରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଏଭଳି ପଦକ୍ଷେପ ନେଇଛି ।ତେବେ କେବଳ ୟୁଟ୍ରୁବ ଚ୍ୟାନେଲ ନୁହେଁ, ୩ ଟ୍ୱିିଟର ଆକାଉଣ୍ଟ ଏବଂ ଏକ ଫେସବୁକ ଆକାଉଣ୍ଟ ସହିତ ଗୋଟିଏ ନ୍ୟୁଜ ୱେବସାଇଟ ଉପରେ ମଧ୍ୟ ରୋକ ଲଗାଯାଇଛି । ଆଇଟି ନିୟମ-୨୦୨୧ ଅନୁସାରେ ଏହି ଚ୍ୟାନେଲଗୁଡିକୁ ବ୍ୟାନ କରାଯାଇଥିବା କହିଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ |୨୦୨୧ ଆଇଟି ନିୟମ ଅନୁଯାୟୀ, ୧୮ଟି ଭାରତୀୟ ଏବଂ ପାକିସ୍ତାନରେ ଚାଲୁଥିବା ୪ଟି ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦେଶରେ ସମ୍ବିଧାନ ଏବଂ ସୁରକ୍ଷା ବିରୋଧରେ କିଛି ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।ଏହି ଚ୍ୟାନେଲଗୁଡ଼ିକ କେବଳ ଫେକ ନ୍ୟୁଜ ପ୍ରସାରଣ କରୁ ନଥିଲେ ବରଂ ଭାରତ ବିରୋଧୀ ବିଷୟବସ୍ତୁର ପ୍ରଚାର ପ୍ରସାର ମଧ୍ୟ କରୁଥିଲେ। ମନ୍ତ୍ରଣାଳୟ କହିଛି ଯେ ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ବିଭିନ୍ନ ଜାତୀୟ ଟିଭି ଚ୍ୟାନେଲର ଲୋଗୋ ଓ ମିଥ୍ୟା ଥମ୍ବନେଲ ବ୍ୟବହାର କରି ଲୋକମାନଙ୍କୁ ବିଭ୍ରାନ୍ତ କରୁଥିଲେ।ମନ୍ତ୍ରଣାଳୟ ନୂଆ ଆଇଟି ଆଇନ ୨୦୨୧ରେ ଥିବା ଜରୁରିକାଳୀନ କ୍ଷମତାକୁ ବ୍ୟବହାର କରି ଏପ୍ରିଲ ୪ରେ ୨୨ଟି ନ୍ୟୁଜ ଭିତ୍ତିକ ୟୁଟ୍ୟୁବ ଚ୍ୟାନେଲ, ୩ଟି ଟ୍ୱିଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଓ ଗୋଟିଏ ନ୍ୟୁଜ ୱେବସାଇଟକୁ ବ୍ଲକ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।ବ୍ଲକ ହୋଇଥିବା ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର ମୋଟ ଦର୍ଶକଙ୍କ ସଂଖ୍ୟା ୨୬୦ କୋଟି ଥିଲା। ଚ୍ୟାନେଲଗୁଡ଼ିକ ଫେକ ନ୍ୟୁଜର ପ୍ରସାରଣ କରୁଥିଲେ। ଏହାପରେ ଏଗୁଡ଼ିକ ସୋଶାଲ ମିଡିଆରେ ଭାଇରାଲ କରୁଥିଲେ। ଏପରି ମିଥ୍ୟା ଖବର ଜାତୀୟ ସୁରକ୍ଷା, ଭାରତର ବୈଦେଶିକ ସମ୍ପର୍କ ଓ ଆଇନ ଶୃଙ୍ଖଳା ସ୍ଥିତି ପ୍ରତି ବିପଦ ସୃଷ୍ଟି କରିଥିଲା।ଭାରତୀୟ ଆର୍ମଡ ଫୋର୍ସ, ଜମ୍ମୁ-କଶ୍ମୀର ଓ ଭାରତ ବିରୋଧୀ ବିଷୟବସ୍ତୁକୁ ଆଧାର କରି ଚ୍ୟାନେଲ ଗୁଡ଼ିକ ନିୟମିତ ମିଥ୍ୟା ଖବର ପ୍ରସାରଣ କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହି ଖବର ଗୁଡ଼ିକୁ ପାକିସ୍ତାନରୁ ପରିଚାଳିତ ସୋଶାଲ ମିଡିଆ ଆକାଉଣ୍ଟରୁ ଭାଇରାଲ କରାଯାଉଥିଲା। ଭାରତୀୟ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଫେକ ନ୍ୟୁଜ ପାଇଁ ବିଭିନ୍ନ ପ୍ରତିଷ୍ଠିତ ଜାତୀୟ ଟିଭି ଚ୍ୟାନେଲର ଲୋଗୋ ବ୍ୟବହାର କରୁଥିଲେ। ଏପରି କି ସେମାନଙ୍କର ଉପସ୍ଥାପକ/ଉପସ୍ଥାପିକାଙ୍କ ଫଟୋକୁ ବ୍ୟବହାର କରି ଲୋକଙ୍କ ମନରେ ମିଥ୍ୟା ଖବରରେ ସତ୍ୟତା ରହିଛି ବୋଲି ଗୋଟିଏ ଧାରଣା ସୃଷ୍ଟି କରୁଥିଲେ। ତେଣୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି।

Exit mobile version