୨୧ ଅପ୍ରେଲରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ,୧୬/୪ : ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୨୧-୨୨ ଅପ୍ରେଲରେ ଭାରତ ଗସ୍ତରେ ଆସିବେ। ବୋରିସ୍‌ ଜନସନଙ୍କର ଏହି ଗସ୍ତ ଏମିତି ସମୟରେ ହୋଇଛି , ଯେବେ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଗତ ୫୨ ଦିନ ଧରି ଯୁଦ୍ଧ ଜାରି ରହିଛି। ବୋରିସ୍‌ ଜନସନଙ୍କ ଏହି ଯାତ୍ରା ବେଳେ ଉଭୟ ପକ୍ଷ ନିଜର ସମ୍ୱନ୍ଧକୁ ଆହୁରି ଦୃଢ଼ କରିବାକୁ ପ୍ରୟାସ କରିବେ। ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଗତ ବର୍ଷ ଭାରତ ଗସ୍ତରେ ଆସିବାର ଥିଲା , ହେଲେ କରୋନା ଭାଇରସ ଯୋଗୁଁ ସେ ଆସିନଥିଲେ । ତାଙ୍କୁ ଦୁଇ ଥର ଯାତ୍ରାକୁ ରଦ୍ଦ କରିବାକୁ ପଡ଼ିଥିଲା । ବୋରିସ୍‌ ଜନସନ ପ୍ରଥମ ଥର ଗତ ବର୍ଷ ଜାନୁଆରୀରେ ସାଧାରଣତନ୍ତ୍ର ଦିବସ ସମାରୋହରେ ଜଣେ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା , ହେଲେ କରୋନା ଭାଇରସ କାରଣରୁ ଗସ୍ତକୁ ରଦ୍ଦ କରିବାକୁ ପଡ଼ିଥିଲା। ଏହାପରେ ଅପ୍ରେଲରେ ମଧ୍ୟ କରୋନା ଭାଇରସର କାରଣରୁ ୨ୟ ଥର ମଧ୍ୟ ସେ ତାଙ୍କ ଗସ୍ତକୁ ରଦ୍ଦ କରିଥିଲେ।   freeslots dinogame telegram营销

-Advertisement-
-Advertisement-

Leave a Reply