
ବ୍ରହ୍ମପୁର,୧୫/୩:କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ, ଅଙ୍କୁଶପୁର ଠାରେ ସ୍ୱର୍ଣ୍ଣପ୍ରାସନ ଅଭିଯାନ ଶିଶୁରୋଗ ବହିର୍ବିଭାଗ ପରିସରରେ କୋଭିଡ ନିୟମାବଳୀ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । କୋଭିଡ-୧୯ର ଦ୍ଵିତୀୟ ଲହରି ପରେ ଗତ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯକ୍ରମ ଅଷ୍ଟମ ଥର ପାଇଁ ଆୟୋଜିତ ହେବା ସହ ଜନ ମାନସରେ ବିଶେଷ ଆଦୃତ ହୋଇଥିବାର ସୂଚନା ମିଳିଅଛି । ଉକ୍ତ ସ୍ୱର୍ଣ୍ଣପ୍ରାସନ ଅଭିଯାନରେ ୧୫୦୦ରୁ ଉର୍ଦ୍ଧ୍ବ ଶିଶୁ ସ୍ୱର୍ଣ୍ଣପ୍ରାସନ ବିନ୍ଦୁସେବନ କରିଥିବା ଅଧ୍ୟକ୍ଷ ପ୍ରଫେସର ଡ଼ା. ବିପିନ ବିହାରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି । ସାମ୍ଭାବ୍ୟ ବାହ୍ୟ ସଂକ୍ରାମକ ରୋଗରୁ ରକ୍ଷା ତଥା ଶିଶୁର ମାନସିକ, ଶାରୀରିକ, ବୌଦ୍ଧିକ ତଥା ସର୍ବବିଧ ବିକାଶ ନିମନ୍ତେ ଉଦ୍ଦିଷ୍ଟ ଉକ୍ତ ସ୍ୱର୍ଣ୍ଣପ୍ରାସନରେ କୁକୁଡ଼ାଖଣ୍ଡି ,ମସିଆଖାଲି, ବୋରିଗାଁ , ଜଗଦଳପୁର ,ଭାବିନିପୁର, ରତନପୁର, ଝାଡ଼ାଙ୍କୁଲି ,ନିମଖଣ୍ଡି , ପ୍ରତାପ କୃଷ୍ଣ ଚନ୍ଦ୍ର ପୁର,ହିଞ୍ଜିଳିକାଟୁ,ମକରଝୋଳ , ସମରଝୋଳ ଆଦି ଅଞ୍ଚଳର ଶିଶୁ ଓ କିଶୋର, କିଶୋରୀ ମାନେ ଅତ୍ୟନ୍ତ ଆଗ୍ରହର ସହିତ ଉକ୍ତ ସ୍ୱର୍ଣ୍ଣପ୍ରାସନ ସେବନ କରିଥିବା ଆମ ପ୍ରତିନିଧି ସୂଚନା ଦେଇଛନ୍ତି । ଶିଶୁରୋଗ ବିଭାଗର ପ୍ରମୁଖ ଡ଼ା. ବିମଳ କୁମାର ପଣ୍ଡାଙ୍କ ବଳିଷ୍ଠ ନେତୃତ୍ବରେ କାର୍ଯକ୍ରମ ସମ୍ପାଦିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ଼ା. ଶିବପ୍ରସାଦ, ଡ଼ା. ନିବେଦିତା ,ଡ଼ା. ଶିବାନୀ ,ଡ଼ା. ସୌଭାଗ୍ୟ, ଡ଼ା. ଘାସିରାମ, ଡ଼ା. ବନ୍ଦିତା, ଡ଼ା. ରମେଶ, ଡା ସୁଷମା ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଡ଼ାବର ଭାରତ କମ୍ପାନୀ ତରଫରୁ ଶ୍ରୀମାନ ଶ୍ରୀକାନ୍ତ ସାହୁ ଉପସ୍ଥିତ ରହି କାର୍ଯକ୍ରମକୁ ସମ୍ପାଦନ କରିଥିବା ବେଳେ ଡାବର ପ୍ରମୁଖ ଶ୍ରୀଯୁକ୍ତ ରଘୁନାଥ ପଣ୍ଡା କାର୍ଯ୍ୟକ୍ରମ ରେ ସହୟୋଗ ପ୍ରଦାନ କରିଥିଲେ ।ଉକ୍ତ ସ୍ୱର୍ଣ୍ଣପ୍ରାସନ ଅଭିଯାନ ପ୍ରତ୍ୟେକ ମାସ ପୁଷ୍ୟା ନକ୍ଷତ୍ରରେ ଜାରିରହିବା ସହ ଆଗମୀ ଏପ୍ରିଲ ୧୧ରେ ପୁନଶ୍ଚ ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ଆମ ପ୍ରତିନିଧି ଜଣାଇଛନ୍ତି । freeslots dinogame telegram营销