
ପୁରୀ,୧୬/୦୩: ଜିଲ୍ଲାରେ ୧୨ ରୁ ୧୪ ବର୍ଷ ବୟସ ପିଲାଙ୍କୁ କରୋନା ଟୀକାକରଣ ଅଭିଯାନ ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଏହି ଅଭିଯାନ ଶୁଭାରମ୍ଭ କରିଛନ୍ତି । ପ୍ରାୟ ୬୧ ହଜାର ୫୫୬ ଜଣ ପିଲାଙ୍କୁ ଏହି ଅଭିଯାନରେ ସାମିଲ କରାଯିବ । ଆସନ୍ତା ଏକ ମାସ ମଧ୍ୟରେ ଏହି ବର୍ଗର ସମସ୍ତଙ୍କୁ ସାମିଲ କରିବା ପାଇଁ ଲକ୍ଷ ରଖାଯାଇଛି । କରୋନା ମହାମାରୀକୁ ପ୍ରତିହତ କରିବାକୁ ଏଭଳି ପଦକ୍ଷେପ ନିଆଯାଉଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଡିପିଏମ ଟି. ନରାୟଣ ରାଓ,ଡିପିଏମ ଶ୍ରୀ ସୁଦାମ ମହାରଣା, ଏପିଏମ ଶ୍ରୀ ସନ୍ତୋଷ କୁମାର ମିଶ୍ର, ଶ୍ରୀ ପ୍ରଶାନ୍ତ କୁମାର ବରାଳ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । freeslots dinogame telegram营销
-Advertisement-
-Advertisement-