ୟୁରୋପର ବୃହତ୍ତମ ଆଣବିକ ପାଓ୍ୱାର ପ୍ଲାଣ୍ଟରେ ରୁଷର ଆକ୍ରମଣ

ନୂଆଦିଲ୍ଲୀ ୦୪/୦୩: ରୁଷ ଓ ୟୁକ୍ରେନ ମଧ୍ୟରେ   ଯୁଦ୍ଧର ଆଜି ହେଉଛି ୯ମ ଦିନ ।  ଶକ୍ତିଶାଳୀ ରୁଷ ଲଗାତାର ଭାବେ ୟୁକ୍ରେନକୁ ନଷ୍ଟ କରିବାରେ ଲାଗିଛି ।  ଏହାରି ମଧ୍ୟରେ ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିଆ ପାୱାର ପ୍ଲାଣ୍ଟ ଉପରେ ରୁଷ ଆକ୍ରମଣ କରିଛି । ରୁଷ୍‌ ସୈନିକମାନେ ଆକ୍ରମଣ କରିବା ପରେ ଗତ ପାହାନ୍ତା‌ରେ ୟୁକ୍ରେନ୍‌ରେ ଥିବା ‘ଜାପୋରିଝ୍‌ଝିଆ ଆଣବିକ ପାୱାର୍‌ ପ୍ଲାଣ୍ଟ୍‌ରେ ନିଆଁ ଲାଗିଯାଇଥିବା କଥା ନିକଟବର୍ତ୍ତୀ ସହର ଏନେର୍ଜେଡର୍‌ର ମେୟର୍‌ କହିଛନ୍ତି। ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଦିମିତ୍ରୀ କୁଲେବା ଟ୍ୱିଟ୍ କରି କହିଛନ୍ତି ଯେ ଋଷର ସୈନ୍ୟବାହିନୀ ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର ଜାପୋରିଜିଆ ଏନପିପି ଉପରେ ସବୁ ଦିଗରୁ ଗୁଳି ଚଳାଉଛନ୍ତି ।  ଯଦି ବିସ୍ଫୋରଣ ହୁଏ, ତାହେଲେ ଚର୍ଣ୍ଣୋବିଲ ଜିଜାଷ୍ଟରର ୧୦ ଗୁଣା ବଡ଼ ଅଘଟଣ ଘଟିପାରେ । ଏନେଇ ସତର୍କ କରାଇଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା । ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ସେ ଅପିଲ କରିଛନ୍ତି । ୟୁକ୍ରେନର ଜାପୋରିଝଝିଆ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରୁ ଧୂଆଁ ବାହାରୁଥିବା ୟୁକ୍ରେନର ସରକାରୀ ଅଧିକାରୀ କହିଛନ୍ତି । freeslots dinogame telegram营销

-Advertisement-
-Advertisement-