ୟୁକ୍ରେନ-ରୁଷିଆ ଯୁଦ୍ଧ: ରୁଷିଆ କବଜାରେ ଦୁଇଟି ସହର

ନୂଆଦିଲ୍ଲୀ,୨୪/୦୨: ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନ ସୀମା ଭିତରେ ପଶିଲେ ରୁଷୀୟ ସ୍ଥଳସେନା । ଟ୍ୟାଙ୍କ ଓ ଯୁଦ୍ଧାସ୍ତ୍ର ସହ ପ୍ରବେଶ ନେଇ ୟୁକ୍ରେନ ବର୍ଡର୍ ଗାର୍ଡ ସ୍ୱୀକାର କରିଛନ୍ତି । ରୁଷ ଆକ୍ରମଣରେ ୟୁକ୍ରେନରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ମୃତାହତ ନେଇ ୟୁକ୍ରେନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏହାସହ ୟୁକ୍ରେନର ଏକାଧିକ ସହର ଉପରେ ମିଶାଇଲ ଆକ୍ରମଣ ମଧ୍ୟ ହୋଇଛି। ଏହାସହ ୟୁକ୍ରେନ ସୀମା ଭିତରେ ରୁଷୀୟ ସ୍ଥଳସେନା ପ୍ରବେଶ କରି ଦୁଇଟି ସହରକୁ ଅଧିକୃତ କରିଛନ୍ତି। ଟ୍ୟାଙ୍କ ଓ ଯୁଦ୍ଧାସ୍ତ୍ର ସହ ପ୍ରବେଶ ନେଇ ୟୁକ୍ରେନ ସୀମା ସୁରକ୍ଷାବାହିନୀ ସ୍ୱୀକାର କରିଛନ୍ତି।ସୀମାନ୍ତ ଲୁହାଂସ୍କର ଦୁଇଟି ସହର କବଜାକୁ ନେଇଥିବା ରୁଷିଆ ଦାବି କରିଛି ।    ଏହି ହମଲାରେ ୟୁକ୍ରେନର ସବୁ ଏୟାର୍ ବେସ୍ ଧ୍ୱଂସ କରିଦେଇଥିବା ଦାବି କରିଛି ରୁଷିୟା । ଏୟାର ବେସ୍ ଓ ଏୟାର ସିଷ୍ଟମ୍ ଧ୍ୱଂସ କରିଥିବା ଦାବି ହୋଇଛି । ସେହିପରି ରୁଷିଆର ୫ଟି ଲଢ଼ୁଆ ବିମାନ ଖସାଇଥିବା ଦାବି କରିଛି ୟୁକ୍ରେନ୍ । ତନ୍ମଧ୍ୟରେ ୟୁକ୍ରେନର ପରିସ୍ଥିତି ଅନିଶ୍ଚିତତାପୂର୍ଣ୍ଣ ହୋଇଯାଇଛି । ବିଭିନ୍ନ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ।

Exit mobile version