ୟୁକ୍ରେନ ଯିବେ ଆମେରିକାର ରାଷ୍ଟ୍ରପତି!

ନୂଆଦିଲ୍ଲୀ,୧୫/୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ଗସ୍ତ କରିବା ନେଇ ଆଶା କରାଯାଉଛି । ତେବେ ଏହି ସମୟରେ ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ସାକି ଏହି ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଯେ ଯେ ବାଇଡେନ ପ୍ରଶାସନ ଜେଲେନସ୍କିଙ୍କ ସହ ସାକ୍ଷାତ କରିବାକୁ କିଭ୍‌କୁ ଜଣେ ଉଚ୍ଚ ସ୍ତରୀୟ ଅଧିକାରୀ ପଠାଇବାକୁ ଚିନ୍ତା କରୁଛି । । ବ୍ରିଟେନର ରାଷ୍ଟ୍ରପତି ବୋରିସ୍ ଜନସନ ନିକଟରେ ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଅଚାନକ ଗ୍ରସ୍ତ କରିଥିଲେ । ଏହି ସମୟରେ ସେ ରୁଷର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା କିଭ୍ ସହରକୁ ବୁଲି ଦେଖିଥିଲେ । ଜନସନ ଜେଲେନସ୍କିଙ୍କ ସହ କିଭ୍‌ର ରାସ୍ତାରେ ବୁଲୁଥିବା ଦେଖାଯାଇଥିଲା । ଏହି ଘଟଣା ପରେ ବାଇଡେନ ୟୁକ୍ରେନ ଗସ୍ତ କରିବା ନେଇ ମନ ବଳାଇଥିବାର କୁହାଯାଉଛି। ରୁଷର ସାମରିକ ଯୁଦ୍ଧ ମଧ୍ୟରେ ଦେଶକୁ ସମର୍ଥନ ଜଣାଇବା ପାଇଁ ନିକଟରେ ଅନେକ ବିଦେଶୀ ନେତା ଏବଂ ବରିଷ୍ଠ ଅଧିକାରୀ ୟୁକ୍ରେନ ଗସ୍ତ କରିଛନ୍ତି। freeslots dinogame telegram营销

-Advertisement-
-Advertisement-

Leave a Reply