ସିକିଲି ଜଙ୍ଗଲରୁ ଶାଗୁଆନ ଗଛକାଟି ଜଣେ ଯୁବକ ଗିରଫ

ନବରଙ୍ଗପୁର ,୦୮/୦୪ : ନବରଙ୍ଗପୁର ଜିଲା ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବନ ବିଭାଗ ବୁଧବାର ଗଛ କାଟୁଥିବା ବେଳେ ଜଣେ ଯୁବକ ଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ:- ଡାବୁଗାଁ ବନ ବିଭାଗ କର୍ମଚାରୀ ମାନେ ବୁଧବାର ବିଳମ୍ବିତ ରାତ୍ରୀରେ ଡାବୁଗାଁ ବନାଞ୍ଚଳ ଅଧିନ ସିକିଲି ସଂରକ୍ଷିତ ଜଙ୍ଗଲ ରେ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ଏକ ଶାଗୁଆନ ଗଛ କାଟୁଥିଲା ସେହି ସମୟରେ ବନ ବିଭାଗ କର୍ମଚାରୀ ମାନେ ଯୁବକ ଙ୍କୁ କାବୁ କରି ଗିରଫ କରିବା ସହ ୧୦ ଟି ଶାଗୁଆନ ବହ୍ଲା କୁ ଜବତ କରିଛନ୍ତି । ଗିରଫ ଯୁବକ ଜଣ ଙ୍କ ହେଲେ ଜୟନ୍ତୀନଗର ଗ୍ରାମର ଉପେନ୍ଦ୍ର ସାନ୍ତା (୨୧) । ଗୁରୁବାର ପୂର୍ବାହ୍ନରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା କାଠ ର ଆନୁମାନିକ ମୂଲ୍ୟ ୫ ହଜାର ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ ସୂଚନା ଦେଇଛନ୍ତି । ଏନେଇ ଡ଼ାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୮/୨୦୨୨-୨୩ ରେ ଏକ ମାମଲା ରୁଜୁ କରାଯାଇଛି । ଏହି ଚଢାଉରେ ଡାବୁଗାଁ ଭାରପ୍ରାପ୍ତ ବନପାଳ ପ୍ରକାଶ ସରକାର, ବନରକ୍ଷୀ କୁନ୍ତଳା କୁମାରୀ ଖୁରା ଙ୍କ ସମେତ ପାରା ଫରେଷ୍ଟ୍ରୀ ୱାଚର ମାନେ ସାମିଲ ଥିଲେ |

Exit mobile version