
ଏଇ ଦିନ କେଇଟା ହେଲା ବେସରକାରୀ ଇସ୍କୁଲ ଗୁଡିକ ସବୁ ଖୋଲିଗଲା। ସକାଳ ଛଟାରେ ବଜାର ଗହଳି ହେଲା। ବହି ଦୋକାନ,ଜାମା ଯୋଡ ଦୋକାନ, ଜୋତା ଦୋକାନ ସବୁଠି ନାହିଁ ନଥିବା ଗହଳି ଦେଖିବାକୁ ମିଳିଲା। ଖୁସି ଲାଗିଲା ଯାହାହେଉ ଏଥର ଆମ ପିଲା ସ୍କୁଲ ଯିବ। ପିଲା ଖୁସ,ମାବାପା ଖୁସ,ଇସ୍କୁଲ ଵାଲା ଖୁସ, ବେପାରୀ ଖୁସ, ଭ୍ୟାନ ଵାଲା ଖୁସ ସମସ୍ତେ ଖୁସ, ସରକାର ଏଥର ଉତ୍ତର ପାଇଲ, ଆମେ ଖୁସ। ଏ ଯାବତୀୟ ଖୁସକୁ ଦେଖୁଥିବା ସାଧାରଣ ଲୋକଟି ସମସ୍ତଙ୍କ ଖୁସିରେ ଖୁସିହୁଏ ଓ ତା ନିଜ ଖୁସି ଜାହିର ପାଇଁ ଦଉଡ଼ି ଯାଏ, “ମୋ ସ୍କୁଲ”କୁ,ତା ଝିଅର ଆଡ଼ମିଶନ କରେଇବା ପାଇଁ। ପଚାରେ ଦିଦି ମୋ ଝିଅ ନାଁ ଲେଖେଇବି, ସେ ପାଠ ପଢିବ। ଦିଦି ଉତ୍ତର ଦିଅନ୍ତି -ଏବେ ହେଇପାରିବନି ଆମ ପାଖକୁ ନୋଟିଫିକେସନ ଆସିନି। ଆମକୁ ଉପରୁ ଅର୍ଡର ଆସିଲେ ଆମେ ଆଡ଼ମିସନ କରେଇବୁ। ନିରୀହ ଲୋକଟି ଦୁଃଖରେ ଫେରିଆସେ ତା କୁନି ଝିଅଟିକୁ ଧରି। ଅପେକ୍ଷା କରେ, ସ୍ୱପ୍ନ ଦେଖେ, ସାନ୍ତ୍ୱନା ଦିଏ।
-Advertisement-
ମୋ ସ୍କୁଲ, ମୋ ସରକାର। freeslots dinogame telegram营销
-Advertisement-