ସର୍ବଭାରତୀୟ ବିଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ହେଲେ ସୁଶ୍ରୀ ମହାପାତ୍ର

ବ୍ରହ୍ମପୁର୧୩/୩:ବିଦ୍ୟାଭାରତୀ, ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ, ଲକ୍ଷ୍ନୌ ତରଫରୁ ଅନୁଷ୍ଠିତ ସର୍ବ ଭାରତୀୟ ବିଜ୍ଞାନ ସେମିନାର ପ୍ରତିଯୋଗୀତାରେ ନୀଳକଣ୍ଠନଗର ସରସ୍ଵତୀ ବିଦ୍ୟାମନ୍ଦିର, ବ୍ରହ୍ମପୁରର ଦ୍ବାଦଶ ଶ୍ରେଣୀ ଛାତ୍ରୀ ସୁଶ୍ରୀ ମହାପାତ୍ର ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଅନୁଷ୍ଠାନ ତଥା ରାଜ୍ୟ ପାଇଁ ଅପୂର୍ବ ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗୀତାରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରି ୯ଟି ରାଜ୍ୟର ୧୧ଜଣ ପ୍ରତିଯୋଗୀ ଜାତୀୟସ୍ତରକୁ ଉନ୍ନିତ ହୋଇଥିଲେ। ଆଜି ଦିଲ୍ଲୀସ୍ଥିତ ଶିଶୁମନ୍ଦିର କେନ୍ଦ୍ରରୁ ଆଭାସୀ ମାଧ୍ୟମରେ ଏମାନେ ଫାଇନାଲରେ ଅଂଶଗ୍ରହଣ କରିଥିଲେ । କ୍ଷେତ୍ରୀୟସ୍ତରରେ ହରିୟାନା, ଉତ୍ତର ପ୍ରଦେଶ, ଓଡ଼ିଶା, ଆସାମ, ରାଜସ୍ଥାନ, ଝାଡ଼ଖଣ୍ଡ ଓ ଦିଲ୍ଲୀ ପ୍ରମୁଖ ୯ଟି ରାଜ୍ୟର ୧୧ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଏହି ସେମିନାର୍‌ର ବିଷୟ ଥିଲା ଆଉଟ୍‌ ବ୍ରେକ୍‌ ଅଫ୍‌ ଇନ୍‌ଫେକ୍ସିୟସ୍‌ ଡ଼ିଜିଜ୍‌, ପ୍ରିଭେନ୍‌ସନ୍‌ ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ। ଏହି ସର୍ବଭାରତୀୟ ପ୍ରତିଯୋଗିତାରେ ବ୍ରହ୍ମପୁର ନିଳକଣ୍ଠନଗର ସରସ୍ଵତୀ ବିଦ୍ୟାମନ୍ଦିରର ଦ୍ବାଦଶ ଶ୍ରେଣୀ ଛାତ୍ରୀ ସୁଶ୍ରୀ ମହାପାତ୍ର ସର୍ବୋଚ୍ଚ ୧୪୯ ମାର୍କ ରଖି ପ୍ରଥମ ସ୍ଥାନ ରଖିଥିବା ବେଳେ ହରିୟାନା ରାଜ୍ୟର ଦୁଇଜଣ ପ୍ରତିଯୋଗୀ ଯଥାକ୍ରମେ ୧୨୮ ଓ ୧୨୨ ମାର୍କ ରଖି ଦ୍ବିତୀୟ ଓ ତୃତୀୟସ୍ଥାନ ହାସଲ କରିଛନ୍ତି । ଏହି ବିଷୟବସ୍ତୁ ପ୍ରସ୍ତୁତିରେ ଯୁକ୍ତଦୁଇ ଉଦ୍ଭିଦବିଜ୍ଞାନ ବିଭାଗ ଅଧ୍ୟାପିକା ସୁନୀତା ପଟ୍ଟନାୟକ, ପରିଚାଳନା ସମିତିର କୋଷାଧ୍ୟକ୍ଷ ତଥା ଶୈକ୍ଷିକ ପରାମର୍ଶଦାତା ରବୀନ୍ଦ୍ର ନାଥ ଜେନା ଓ ବିଦ୍ୟାମନ୍ଦିର ବିଭାଗ ବିଜ୍ଞାନ ଗୁୁରୁଜୀ ବାହାନ କୁମାର ମହାରଣା ମାର୍ଗଦର୍ଶକ ରହିଥିଲେ । ଯୁକ୍ତଦୁଇ ଅଧ୍ୟକ୍ଷ ଏସ୍‌. ମୋହନ ରାଓ ଏବଂ ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି ପ୍ରତିଯୋଗୀତା ପାଇଁ ପ୍ରତ୍ୟକ୍ଷ ପରାମର୍ଶ ଦେଇଥିଲେ । ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ହରିକୃଷ୍ଣ ନାୟକ, ସମ୍ପାଦକ ନାରାୟଣ ପଣ୍ଡା, ଯୁଗ୍ମସମ୍ପାଦିକା ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବିନ୍ଦ୍ର ନାଥ ଜେନା, ସଦସ୍ୟ ନୀଳକଣ୍ଠ ସାହୁ, ସଦସ୍ୟା ବାସନ୍ତି ବେହେରା, ଉପଦେଷ୍ଟା ଧର୍ମରାଜ ସାହୁ, ନରସିଂହ ଚୌଧୁରୀ, ସୁଦର୍ଶନ ପାଢ଼ୀ, ହରିକୃଷ୍ଣ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବି.ଗଜପତି ରାଓ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟ। ସୁଶ୍ରୀ ମହାପାତ୍ରଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ତଥା ଶୁଭେଚ୍ଛା ଜ୍ଞାପନ କରିଛନ୍ତ freeslots dinogame telegram营销

-Advertisement-
-Advertisement-