ସମାଜବାଦୀ ପାର୍ଟିର ପୂର୍ବତନ ମନ୍ତ୍ରୀ ଅହମ୍ମଦ ହସନଙ୍କ ପରଲୋକ

ଲକ୍ଷ୍ନୌ,୧୯।୨:  ଉତ୍ତରପ୍ରଦେଶ ବିଧାନ ପରିଷଦରେ ବିରୋଧୀ ଦଳର ନେତା, ଏମଏଲସିର ବରିଷ୍ଠ ନେତା ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅହମ୍ମଦ ହାସନଙ୍କ ପରଲୋକ ହୋଇଛି। ଲକ୍ଷ୍ନୌର ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ଶନିବାର ତାଙ୍କର ୮୮ ବର୍ଷରେ ମୃତ୍ୟୁ ହୋଇଛି।  ମିଳିଥିବା ସୂଚନା ଅନୁସାରେ, ଗତ ୮ ଦିନ ଧରି ସେ ଡାଇଲିସିସ୍‌ରେ ଥିଲେ। ତାଙ୍କର ସ୍ଥିତି ଖୁବ୍ କ୍ରିଟିକାଲ ରହିଛି ବୋଲି କୁହାଯାଉଥିଲା।     ତାଙ୍କୁ ଲୋହିଆ ଇନଷ୍ଟିଚ୍ୟୁଟର ସିସିୟୁରେ ଚିକିତ୍ସା କରାଯାଉଥିଲା। ପ୍ରାୟ ୧୦ ଦିନ ପୂର୍ବେ ତାଙ୍କୁ ଗୁରୁତର ଅବସ୍ଥାରେ ଲୋହିଆ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା।ତାଙ୍କ ଜୀବନ ବଞ୍ଚାଇବାକୁ ଡାକ୍ତର ଚେଷ୍ଟା କରିଥିଲେ ମଧ୍ୟ ସଫଳତା ହୋଇ ପାରିଲେ ନାହିଁ ।

Exit mobile version