ସଂକୀର୍ତ୍ତନ କରୁ କରୁ ମାଡ଼ିଗଲା କାର୍: ଜଗନ୍ନାଥ ଚାଲିଗଲେ….

ପୁରୀ,୧୪/୨: ଗ୍ରାମ ଦାଣ୍ଡରେ ସଂକୀର୍ତ୍ତନ କରି ଯାଉଥିବା ବେଳେ ହଠାତ ଏକ ଦ୍ରୁତଗାମୀ କାର୍ ମାଡି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ସେହି ଗ୍ରାମର ଜଗନ୍ନାଥ ସାହୁଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଛାତି ଓ ଗୋଡ ଉପରେ କାର୍ ଚଢି ଯାଇଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ପୁରୀ ବ୍ରହ୍ମଗିରି ରେବଣା ନୂଆଗାଁ ଗ୍ରାମ ଦାଣ୍ଡରେ ଆଜି ସଙ୍କୀର୍ତ୍ତନ ଚାଲିଥିବା ବେଳେ ଏକ ଦ୍ରୁତଗାମୀ କାର୍ ମାଡି ଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାମ ଜଗନ୍ନାଥ ସାହୁ ବୋଲି ଜଣାପଡିଛି। ମକର ସଂକ୍ରାନ୍ତି ଉପଲକ୍ଷେ ପୁରୀ ଜିଲ୍ଲା ବ୍ରହ୍ମଗିରି ରେବଣା ନୂଆଗାଁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାର୍ ଚାଳକଙ୍କୁ ଧରି ଗ୍ରାମବାସୀ ପୁଲିସ ଜିମା ଦେଇଛନ୍ତି। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇ ଥିବା କାର୍ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।

Exit mobile version