ପୁରୀ, ୧୧/୦୪ : ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡ଼ିଲା ରକ୍ତଛିଟା। ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ନୀତିକୁ ବନ୍ଦ କରାଯାଇ ମହାସାନ୍ନ ନୀତି କରାଯାଇଛି। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଛି। ସୂଚନା ଅନୁଯାୟୀ, ସୋମବାର ଦିନ ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା ପଡିଥିଲା । କେହି ଜଣେ ସେବାୟତ କିମ୍ବା ଭକ୍ତ ଝୁଣ୍ଟିପଡିବାରୁ ରକ୍ତଛିଟା ପଡିଥିବା ସନ୍ଦେହ କରାଯାଉଛି। ସକାଳ ଧୂପ ପରେ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିଲା। ବଡ଼ମହାସ୍ନାନ ପରେ ପୁନର୍ବାର ନୀତି ଅନୁଷ୍ଠିତ ହୋଇଛି।