
ପୁରୀ,୨୫/୦୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମୁହଁ ଖୋଲିଛନ୍ତି ଗଜପତି ମହାରାଜା । ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି କହିଛନ୍ତି ଗଜପତି ଦିବ୍ୟ ସିଂହଦେବ । ଐତିହ୍ୟ ପ୍ରକଳ୍ପ କାମ ଶୀଘ୍ର ଶେଷ କରିବାକୁ ଗଜପତି ନିବେଦନ କରିଛନ୍ତି ।ଶ୍ରୀ ମନ୍ଦିର ବଜେଟ୍ ଓ ବିଭିନ୍ନ ସମସ୍ୟା ସମ୍ପର୍କିତ ପରିଚାଳନା କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୪୮.୫୧ କୋଟିର ବଜେଟ୍ କୁ ଅନୁମୋଦନ ମିଳିଛି । ତେବେ ଏହି ବୌଠକ ଶେଷ ପରେ ଶ୍ରୀମନ୍ଦିର ସୁରକ୍ଷିତ ଥିବା କହିଛନ୍ତି ଗଜପତି ମହାରାଜ । ଏହା ଛଡ଼ା ଯଦି କିଛି ଅସୁବିଧା ଅଛି ତେବେ ଆପୋସ ଆଲୋଚନା କରାଯାଉ ବୋଲି କୁହାଯାଇଛି । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିବା ଆବଶ୍ୟକ ତେଣୁ ଶ୍ରଦ୍ଧାଳୁ ସମୂହଙ୍କ ଉପକାର କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ରହିବା ଉଚିତ୍ ବୋଲି କୁହାଯାଇଛି ।ଏହା ଛଡ଼ା ପରିକ୍ରମା ପ୍ରକଳ୍ପ ଶେଷ ହେଲେ ଅନଃରାଷ୍ଟ୍ରୀୟ ସ୍ତରରେ ପ୍ରଭାବ ପକାଇବ ।ତେଣୁ ମହାପ୍ରଭୁଙ୍କ କାର୍ଯ୍ୟ ସମସ୍ତଙ୍କର , ଏଥିରେ ବାଧା ଦେବା ଉଚିତ୍ ନୁହେଁ । ଏହା ଛଡ଼ା ସବୁ ଦ୍ୱନ୍ଦର ସମାଧାନ ମିଳିତ ଭାବେ କରାଯିବା ଦରକାର ବୋଲି ଗଜପତି କହିଛନ୍ତି । freeslots dinogame telegram营销