
ପୁରୀ,୬/୪ : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ପୁଲିସ ସନ୍ଦିଗ୍ଧକୁ ଅଟକ ରଖିଛି । ଶ୍ରୀ ଜଗନ୍ନାଥ ମନ୍ଦିର ଭିତରେ ରୋଷଘରେ ଲଗାଯାଇଥିବା ସିସିଟିଭି କ୍ୟାମେରାର ଫୁଟେଜରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ରୋଷଘରେ ମାଟି ଚୁଲି ଭଙ୍ଗାରୁଜା କରିବାରେ ତାଙ୍କ ଭୂମିକା ସନ୍ଦେହରେ ପୋଲିସ ତାଙ୍କୁ ଅଟକ ରଖିଛି। ଖୋର୍ଦ୍ଧା- ପୁରୀ ଜିଲ୍ଲା ସୀମା ଅଞ୍ଚଳରୁ ତାକୁ ମଙ୍ଗଳବାର ରାତିରେ ପୁଲିସ୍ ଧରିଛି । ଉକ୍ତ ବ୍ୟକ୍ତିଙ୍କୁ ପୁଲିସ୍ ଜେରା କରୁଛି । ସେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡିଛି । ରୋଷଘରେ ଖାଦ୍ୟ ବିକ୍ଷିପ୍ତ ହୋଇ ପଡିଥିଲା, ଏଣେ ଲୋକ ପାଉନାହାନ୍ତି । ତେଣୁ ମୁଣ୍ଡ ଗରମ ହୋଇଗଲା ଓ ଚୁଲି ବାଡେଇ ଭାଙ୍ଗିଦେଲି ବୋଲି ଉକ୍ତ ବ୍ୟକ୍ତି ଜେରା ବେଳେ ପ୍ରକାଶ କରିଛି । ପୂର୍ବରୁ ଏହି ସନ୍ଦିଗ୍ଧକୁ ସିସିଟିଭି ଫୁଟେଜରେ ଚିହ୍ନଟ କରିଥିଲା ପୁରୀ ପୋଲିସ । ଅଭିଯୁକ୍ତକୁ ସନ୍ଧ୍ୟାରେ ଗିରଫ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି । ଏସ୍ପି କନୱର ବିଶାଲ ସିଂଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାଶ ଓ ବାସେଳୀ ସାହି ଥାନା ଆଇଆଇସି କୁଳମଣି ସେଠୀଙ୍କୁ ଖୋର୍ଦ୍ଧା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ପଠାଯାଇଥିଲା। ସନ୍ଦିଗ୍ଧ ବ୍ୟକ୍ତି ବେଗୁନିଆ ଅଞ୍ଚଳରେ ଥିବା ନେଇ ପୁରୀ ପୋଲିସକୁ ମଙ୍ଗଳବାର ମଧ୍ୟାହ୍ନରେ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ପୋଲିସର ଏକ ଟିମ୍ ପୁରା -ଖୋର୍ଦ୍ଧା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପହଞ୍ଚି ଚଢ଼ାଉ କରି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଥିଲା। ରୋଷଘର ବୁଲି ଭାଙ୍ଗିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଥିଲା। ଏତଲା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାତି ୧ଟା ପରେ ଜଣେ ବ୍ୟକ୍ତି ଶ୍ରୀମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା। ୨ୟ ଫୁଟେଜ୍ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ୪ ଜଣ ଜେଟିପି (ଜଗନ୍ନାଥ ଟେମ୍ପୁଲ ପୋଲିସ) ଙ୍କୁ ଦେଖିବାକୁ ମିଳିଥିଲା। ୪ଜଣ ଜେଟିପିକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଇ ପଚରାଉଚରା ଚାଲିଥିଲା । ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ହସ୍ତକ୍ଷେପ ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଅଧିକ ମନ୍ଦିର ପୋଲିସ ନିୟୋଜିତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ସିସିଟିଭି ଫୁଟେଜରୁ ମିଳିଥିବା ସୂଚନା ଅନୁଯାୟୀ , ରାତି ୧ଟା ରେ ରୋଷଶାଳା ଭିତରୁ ଦୁର୍ବୃତ୍ତ ବାହାରିଛନ୍ତି। ଏହାପରେ ସିସିଟିଭି ଫୁଟେଜରୁ ମିଳିଥିବା ସୂଚନା ଅନୁଯାୟୀ, ରାତି ୧ଟା ୫ରେ ରୋଷଶାଳା ଭିତରୁ ଦୁର୍ବୃତ୍ତ ବାହାରିଛନ୍ତି। ଏହାପରେ ୧ଟା ୬ରେ ବାଇଶିପାହାଚ ଦେଇ ବାହାରି ଭୋଗମଣ୍ଡପ ହାରକୁ ଆସିଛନ୍ତି। ୧ଟା ୮ରେ ପାଟ ଅଗଣା – ଗାରଦଦ୍ବାର ହୋଇ ନାଟମଣ୍ଡପ ପାଖରେ ପହଞ୍ଚିଛନ୍ତି । ପୋଖରିଆ ଓ ଜୟବିଜୟ ଦ୍ବାର ଦେଇ ମହାପ୍ରଭୁଙ୍କୁ ଦେଖିବାକୁ ଚେଷ୍ଟା କରିଛନ୍ତି । ପରେ ମୁଦୁଲି ଦ୍ବାର ଯାଏ ଯାଇଛନ୍ତି। ଏହାପରେ ଜେଟିପିମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦେଖିବା ପରେ ସିଂହଦ୍ବାର ଦେଇ ବାହାର କରିଥିଲେ। freeslots dinogame telegram营销