
ପୁରୀ,୧୪/୦୨: ଆସନ୍ତା ମାସ ୧ ତାରିଖରେ ମହାଶିବରାତ୍ରୀ ଓ ଆସନ୍ତା ୨୭ ତାରିଖରେ ପଙ୍କୋଦ୍ଧାର ଏକାଦଶୀ । ଏହାକୁ ଦୃଷ୍ଟିରେ ରଖି ରବିବାର ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ଜାଗରଯାତ୍ରା ପାଳନ ପ୍ରଥମ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ହୋଇଯାଇଛି। ମନ୍ଦିର ପରିଷଦ ଅନ୍ତରୀଣ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସଦର ତହସିଲଦାର, ବାସେଳିସାହି ଥାନାର ଅଧିକାରୀ ଓ ସେବାୟତମାନେ ଯୋଗଦେଇଥିଲେ । ପୂର୍ବବର୍ଷ ଭଳି ସମସ୍ତ ନୀତି ପାଳନ ହେବ ଓ ଶିବରାତ୍ରିରେ ରାତି ୪ଟାରେ ମହାଦୀପ ଉଠିବା ନିମନ୍ତେ ନିଷ୍ପତ୍ତି ହୋଇଛି। ପଙ୍କୋଦ୍ଧାର ଏକାଦଶୀ ମଧ୍ୟରାତ୍ରିରୁ ଦ୍ୱାର ଖୋଲା ଯାଇ ଠାକୁରଙ୍କ ନୀତି ବଢ଼ିବ। ତେବେ ମାର୍ଚ୍ଚମାସର ସରକାରୀ କରୋନା ଗାଇଡ୍ ଲାଇନ୍କୁ ଦୃଷ୍ଟିରେ ରଖି ଜାଗାରଯାତ୍ରାରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା, ଜାଗର ଜାଳିବା ବ୍ୟବସ୍ଥା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଏଠାରେ ଆଲୋଚନା ହୋଇଛି।ସେହିପରି ବୈଠକରେ ସେବକଙ୍କ ପ୍ରାପ୍ୟ ୧୦ ପ୍ରତିଶତ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାର ଲୋକନାଥ ମନ୍ଦିର ପୀଠ ଓ ଯାତ୍ରୀ ସେବା ବ୍ୟବସ୍ଥାର ଉନ୍ନତୀକରଣ ନିମନ୍ତେ ୨ କୋଟି ଟଙ୍କା ମଞ୍ଜୁର କରିଥିବାରୁ ଏହାର ସଦୁପଯୋଗ ନିମନ୍ତେ ମଧ୍ୟ ଆଲୋଚନା ହୋଇଥିଲା । ଜାଗରଯାତ୍ରା ପୂର୍ବରୁ ପୀଠ, ପାର୍ବତୀସାଗର ପୁଷ୍କରିଣୀ, ମେଳାପଡିଆ ପ୍ରଭୃତି ସଫେଇ କରାଯିବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆସନ୍ତା ପ୍ରସ୍ତୁତି ବୈଠକରେ ଏ ବାବଦରେ ଅଧିକ ଆଲୋଚନା ହେବା ନିମନ୍ତେ ମଧ୍ୟ ସ୍ଥିର ହୋଇଥିବା ଜଣାପଡ଼ିଛି । ପୀଠ କାର୍ଯ୍ୟନିର୍ବାହୀ ଅପଚ୍ଛ କୁମାର ପରିଡ଼ା ବିବରଣୀ ପାଠ ଓ ବୈଠକ ସଂଚାଳନା କରିଥିଲେ । ମନ୍ଦିର ସେବକ ପରିଷଦ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ନୀତିକାନ୍ତି ସୁପରିଚାଳନା ଓ ସେବକଙ୍କ ପ୍ରାପ୍ୟ ପାଉଣା ନେଇ ମତ ରଖିଥିଲେ । freeslots dinogame telegram营销