ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ୍‌ ୬୦ ଲକ୍ଷ ଜରିମାନା

ରାଞ୍ଚି,୨୧/୨: ଗୋଖାଦ୍ୟ ଦୁର୍ନୀତି ସହ ଜଡ଼ିତ ଡୋରଣ୍ଡା ତହବିଲ୍‌ (ଟ୍ରେଜେରି) ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ୫ ବର୍ଷ ଜେଲ୍‌ ଓ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି।ଆଜି ‘ସିବିଆଇ’ର ଏକ ସ୍ବତନ୍ତ୍ର ଅଦାଲତ ଏହି ମାମଲାରେ ଗତ ସପ୍ତାହରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କ ପ୍ରତି ହୋଇଥିବା ଦଣ୍ଡାଦେଶ ଶୁଣାଇଥିଲେ। ଝାଡ଼ଖଣ୍ଡର ଡୋରଣ୍ଡା ତହବିଲ୍‌ରୁ ଏହି ଗୋଖାଦ୍ୟ ଦୁର୍ନୀତି ମାମଲାରେ ବେଆଇନ ଭାବେ ୩୯.୩୫ କୋଟି ଟଙ୍କା ଉଠାଯାଇଥିଲା। ଏଥିପାଇଁ ଗତ ସପ୍ତାହରେ ‘ସିବିଆଇ’ ଅଦାଲତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Exit mobile version