
କିଭ୍/ୟୁକ୍ରେନ୍,୨୧/୨: ରୁଷ୍-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି। ଗତ ଶନିବାରୁ ଠାରୁ ୟୁକ୍ରେନ୍ର ଚତୁର୍ଦିଗରେ ରୁଷ୍ କ୍ଷେପଣାସ୍ତ୍ର ବର୍ଷା କରିବାରେ ଲାଗିଛି। ଆମେରିକା ଉପରୁ ଭରସା ତୁଟାଇଛି ୟୁକ୍ରେନ୍। ରୁଷ୍ ସପକ୍ଷବାଦୀ ଗୋଷ୍ଠୀ ୟୁକ୍ରେନ୍ରେ ଗୁଳି ଚାଳନା ଜାରି ରଖିଥିବାବେଳେ ଆମେରିକା ଓ ‘ନାଟୋ’ ସେନା ଚୁପ୍ଚାପ୍ ବସିରହିଛନ୍ତି। କେବଳ ପ୍ରତିଶ୍ରୁତି ଦେଲେ ହେବନି ରୁଷ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ଜେଲେସ୍କି କହିଛନ୍ତି। ଆମେରିକା ଓ ୟୁକ୍ରେନ ମଧ୍ୟରେ ଉତେଜନା ଦେଖାଦେଇଛି। କ’ଣ ୟୁକ୍ରେନ୍ ଧୂଳିସାତ୍ ହେଲେ ଅସ୍ତ୍ର ଉଠାଇବ ବୋଲି ଆକ୍ରୋଶ ଭାବେ ଆମେରିକାକୁ କହିଛନ୍ତି। ଏହା ଦ୍ବାରା ରୁଷ୍ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠିଛି। ରୁଷ୍ ବିରୋଧରେ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରଗୁଡ଼ିକ କଠୋର ପ୍ରତିବନ୍ଧ ଲଗାଇବାକୁ ୟୁକ୍ରେନ ଦାବି କରିଛି। ୟୁକ୍ରେନ୍ ରାଷ୍ଟ୍ରପତି ଆମରିକାକୁ ସମାଲୋଚନା କରିବାପରେ ମାର୍କିନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚିନ୍ତା ବଢି ଯାଇଛି।ଏପଟେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ କହିଛନ୍ତି, ରୁଷ୍ ଦ୍ବିତୀୟ ବିଶ୍ବଯୁଦ୍ଧର ପୁନରାବୃତ୍ତି ଚାହାନ୍ତି। ରୁଷ୍ ରାଷ୍ଟ୍ରପତି ପୁଟିନ୍ଙ୍କୁ ଯୁଦ୍ଧ ଖୋର ବୋଲି ସମ୍ବୋଧନ କରି ସେ କହିଛନ୍ତି ସବୁଠାରୁ ବଡ଼ ଧରଣର ଆକ୍ରମଣ ପାଇଁ ସେ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ ୟୁକ୍ରେନ ବିବାଦ ନେଇ ପୁଟିନ୍ ସହ ଆଲୋଚନା କରିଛନ୍ତି। ବିପଦକୁ ପ୍ରଶମନ କରିବାକୁ ସେ ରୁଷ୍କୁ ପରାମର୍ଶ ଦେଇଛନ୍ତି। ୟୁକ୍ରେନ ସୀମାରୁ ୨୭ କିଲୋମିଟର ପୂର୍ବକୁ ଭାଲୁୟକି ଠାରେ ୨୦ରୁ ଅଧିକ ହେଲିକପ୍ଟର ଥିବା ଏକ ୟୁନିଟକୁ ମୁତୟନ କରାଯାଇଛି। ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ କ୍ରିମିଆର ଲେକ୍ ଡୋନୁଜଲାଭସ୍ଥିତ ପୁରାତନ ଏୟାର ଫିଲ୍ଡରେ ନୂଆ ହେଲିକପ୍ଟର ୟୁନିଟ ପହଞ୍ଚିବାରେ ଲାଗିଛି। ଏହି ଉପଗ୍ରହ ଚିତ୍ର ଫେବୃଆରୀ ୧୮ର ବୋଲି ଜଣାଯାଇଛି। ଏହାସହିତ ବେଲାରୁଷର ଉତ୍ତର ପଶ୍ଚିମ ଲିଡା ଏୟାର ଫିଲ୍ଡରେ ନୂଆ ହେଲିକପ୍ଟର ୟୁନିଟକୁ ମୁତୟନ କରାଯାଇଛି। ସଂପ୍ରତି ପ୍ରାୟ ୫୦ଟି ହେଲିକପ୍ଟର ଏହି ଅଞ୍ଚଳରେ ପହଞ୍ଚିଥିବା ମାକ୍ସାର ସୂତ୍ରରୁ କୁହାଯାଇଛି। freeslots dinogame telegram营销