ମା’ ଶାରଳାଙ୍କୁ ଦର୍ଶନ କଲେ 5T ସଚିବ

ଜଗତସିଂହପୁର, ୨୬/୦୪ : ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା  |୭ଟା ସମୟରେ ୫-ଟି ସଚିବ ଭି. କେ. ପାଣ୍ଡିଆନ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ଶାରଳାଙ୍କ ମନ୍ଦିରରେ ପହଞ୍ଚି ମାଙ୍କ ଦର୍ଶନ କରିଛନ୍ତି । ଏହା ସହ ମନ୍ଦିରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଐତିହ୍ୟର ବିକାଶ ବିଷୟରେ ସମୀକ୍ଷା କରିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତାଙ୍କ ଗ୍ରସ୍ତ ସମୟରେ ଜିଲ୍ଲାପାଳ ପରୁଲ ପଟୱାରୀ, ଏସପି ଆଖିଲେଶ୍ୱର୍ ସିଂହ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନିମାଇଁ ଦାସ, ସ୍ଥାନୀୟ ତହସିଲଦାର, ବିଡ଼ିଓ ପ୍ରମୁଖ ଉପସ୍ଥିତ ରହିଥିଲେ । ମାଆଙ୍କ ମନ୍ଦିରର ବଡ଼ପଣ୍ଡା ରଞ୍ଜନ ପଣ୍ଡା ଓ ଅନ୍ୟ ସେବାୟତଙ୍କ ସହ ମନ୍ଦିର ବିଷୟରେ ଆଲୋଚନା କରିଥିଲେ ୫-ଟି ସଚିବ । ମନ୍ଦିର ସଂଲଗ୍ନ ରାସ୍ତା ସମ୍ପ୍ରସାରଣ, ଯାତ୍ରୀ ବିଶ୍ରମାଗର, ଚନ୍ଦନ ପୋଖରୀର ପୁନରୁଦ୍ଧାର ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଏଥିପାଇଁ ଏକ କମିଟି ଗଠନ କରି ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ପଠାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।   freeslots dinogame telegram营销

-Advertisement-
-Advertisement-

Leave a Reply