ମାରିଉପୋଲକୁ ରୁଷ ନିୟନ୍ତ୍ରଣରେ ଆଣିବା ପାଇଁ ପ୍ରୟାସ ଜାରି

image source:ABC News

 ନୂଆଦିଲ୍ଲୀ,୫/୦୫: ୟୁକ୍ରେନ ଏବଂ ରୁଷ ମଧ୍ୟରେ ସଂଘର୍ଷ ଜାରି ରହିଛି। ଧ୍ଵଂସସ୍ତୂପରେ ପରିଣତ ହୋଇଗଲାଣି ୟୁକ୍ରେନର ଅନେକ ସହର। ସେଥିରେ ରହିଛି ମାରିଉପୋଲ ସହର। ୟୁକ୍ରେନର ମାରିୟୁପୋଲ ସହରକୁ ନିୟନ୍ତ୍ରଣରେ ଆଣିବା ପାଇଁ ପ୍ରୟାସ ଜାରି ରଖିଛି ଋଷ ସେନା । ସହରର ଅଜୋବଷ୍ଟଲ ଷ୍ଟିଲ ପ୍ଲାଣ୍ଟରେ ନିୟୋଜିତ ହୋଇଥିବା ସୈନ୍ୟମାନଙ୍କୁ ଋଷ ଟାର୍ଗେଟ କରିଥିବା ୟୁକ୍ରେନ ଦାବି କରିଛି । ଏକ ବିବୃତ୍ତିରେ ୟୁକ୍ରେନ ସେନା ଏ ନେଇ ପ୍ରକାଶ କରିଛି । ୟୁକ୍ରେନର ୟୁନିଟଗୁଡିକୁ ରୋକି ସହ ହଟାଇବା ଲକ୍ଷ୍ୟରେ ଋଷର ସୈନ୍ୟମାନେ ପ୍ଲାଣ୍ଟ ଉପରେ ବିମାନ ଆକ୍ରମଣ କରୁଥିବା କୁହାଯାଇଛି । ମାରିଉପୋଲ ପ୍ରଶାସନ ଅନୁଯାୟୀ, ଷ୍ଟିଲ ପାଣ୍ଟର ଭୂତଳ ବଙ୍କରରେ ସେନାଙ୍କ ସହ ପ୍ରାୟ ୨୦୦ ସାଧାରଣ ନାଗରିକ ଲୁଚି ରହିଛନ୍ତି। ମିଳିତ ଜାତିସଂଘର ହସ୍ତକ୍ଷେପ ସତ୍ତ୍ଵେ ୟୁକ୍ରେନରେ ଫସି ରହିଥିବା ନିଜ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରି ନାହିଁ। ଏହାକୁ ନେଇ ମାରିଉପୋଲ ପ୍ରଶାସନ କ୍ଷୋଭ ପ୍ରକାଶ କରିଛନ୍ତି। ୟୁକ୍ରେନର ଦକ୍ଷିଣ-ପୂର୍ବରେ ଥିବା ମାରିଉପୋଲ ରଣନୈତିକ ଦୃଷ୍ଟିରୁ ରୁଷିଆ ପାଇଁ ଗୁରୁତ୍ଵପୂର୍ଣ୍ଣ। ତେଣୁ ଏହି ସହରକୁ ସଂପୂର୍ଣ୍ଣ କବଜା କରିବାକୁ ପାଇଁ ରୁଷ ସେନା ସଂଘର୍ଷ ଜାରି ରଖିଛନ୍ତି। ଅନ୍ୟପଟେ ଦୀର୍ଘ ଦିନର ସଂଘର୍ଷ ପରେ ବି ରୁଷ ୟୁକ୍ରେନର ରାଜଧାନୀ କିଭକୁ ନିଜ ଅକ୍ତିକାରକୁ ଆଣି ପାରିନାହିଁ। ରୁଷ ମିଲିଟାରୀ କହିଛନ୍ତି, ଗୁରୁବାର ଅଜଭସ୍ତଲରେ ନାଗରିକଙ୍କ ଉଦ୍ଧାର ପାଇଁ ଆଗାମୀ ଦୁଇ ଦିନ ଯୁଦ୍ଧ ଉପରେ ରୋକ୍ ଲଗାଇଛି। କର୍ମଚାରୀ, ମହିଳା ଏବଂ ପିଲାଙ୍କ ଉଦ୍ଧାର ପାଇଁ ଏକ  ମାନବୀୟ କରିଡର ଖୋଲାଯିବ। ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ୟୁକ୍ରେନରେ ଅଧିକରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିବା ପାଇଁ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଅ ଗୁଟେରସଙ୍କୁ ଅପିଲ୍ କରିଛନ୍ତି।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply

Exit mobile version