ମହାଲକ୍ଷ୍ମୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ସୁନା ଅଳଙ୍କାର ଦେଲେ ଶ୍ରଦ୍ଧାଳୁ

ପୁରୀ,୬/୨ :‌ ମହାଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଶନିବାର ଦିନ ଜଣେ ଦାତା ଶ୍ରୀମନ୍ଦିର ପ୍ରଶାସନକୁ ସୁନା ଅଳଙ୍କାର ଦାନ କରିଛନ୍ତି। ସେ ଅଳଙ୍କାରରେ ୧ ହଳ ସୁନା ପେଣ୍ଡି ଏବଂ ଗୋଟିଏ ସୁନାହାର ଦାନ କରିଛନ୍ତି। ଯାହାର ଓଜନ ୧୦୨ ଗ୍ରାମ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ଦାତା ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କୁ ଭେଟି ଏହି ସୁନା ଅଳଙ୍କାର ଦାନ କରିଛନ୍ତି।

Exit mobile version