
ପୁରୀ,୦୩/୦୫: ଆଜି ପବିତ୍ର ଅକ୍ଷୟ ତୃତୀୟା | ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ ହୋଇଯାଇଛି। ମହାପ୍ରଭୁ ନନ୍ଦା-ଭଦ୍ରାରେ ବସି ଚାପ ଖେଳିଛନ୍ତି। ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ। ଆଜି ଅପରାହ୍ନ ୩ଟା ୩୫ରେ ରଥ ଆଜ୍ଞାମାଳ ବିଜେ ହୋଇଥିଲା। ଆଜ୍ଞାମାଳ ପାଇ ରାମକୃଷ୍ଣ ପାଲିଙ୍କିକୁ ବିଜେ କାର୍ଯ୍ୟକ୍ରମ ୩ଟା ୪୦ରେ ଅନୁଷ୍ଠିତ ହୋଇଥିଲା। ସେହିପରି ମହାପ୍ରଭୁ ୩ଟା ୪୦ରେ ମଦନମୋହନ ଜୟବିଜୟ ଦ୍ଵାରକୁ ବିଜେ ହୋଇଥିଲେ। ମହାପ୍ରଭୁ ୩ଟା ୪୫ରେ ଜୟବିଜୟ ଦ୍ଵାରରେ ଭୋଗ ବନ୍ଦାପନା ସରି ବିମାନକୁ ବିଜେ କରିଥିଲେ। ଅପରାହ୍ନ ୪ଟାରେ ବିମାନ ଉଠିଥିଲା।ଚନ୍ଦନଯାତ୍ରା ଉପଲକ୍ଷେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିଛନ୍ତି। ଚନ୍ଦନ ଚକଡ଼ାରେ ଚନ୍ଦନ ନୀତିକାନ୍ତି ପରେ ନନ୍ଦା-ଭଦ୍ରାରେ ବସି ଚାପ ଖେଳିଛନ୍ତି। । freeslots dinogame telegram营销