
ଭଦ୍ରକ ୧୭।୦୩ : ଭିଜିଲାନ୍ସ ଜାଲରେ ସୋର ଆରଡବ୍ଲ୍ୟୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ବେଉରିଆ। ଚଢାଉରେ ଭିଜିଲାନ୍ସକୁ ମିଳିଛି ନଗଦ ଟଙ୍କା ଆଉ ଏକାଧିକ ପ୍ଲଟ ତଥ୍ୟ । ଏତେ ସବୁ ଟଙ୍କା ଓ ପ୍ଲଟ କେମିତି ହାତେଇଥିଲେ ପ୍ରମୋଦ । ସେନେଇ ଖୋଲତାଡ଼ କରୁଛି ଭିଜିଲାନ୍ସ ।ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଜି ସୋର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଚଢାଉ କରିଛି ଭିଜିଲାନ୍ସ । ତେବେ ଚଢାଉ ହେଉଥିବା ସ୍ଥାନଗୁଡିକ ମଧ୍ୟରେ ଭଦ୍ରକ ସହର ଉପକଣ୍ଠରେ ଉପରବାଗୁରାଇରେ ଥିବା କୋଠା ଘର, ମଧୁସୂଦନପୁରରେ ଥିବା ପୈତୃକ ଘର, ଅର୍ଣ୍ଣପାଳରେ ଥିବା ମାର୍କେଟ କମ୍ପ୍ଲେକ୍ସ, ବାସୁଦେବପୁର ସ୍ଥିତ ଶ୍ୱଶୁର ଘର ରହିଛି ।ତେବେ ଆଜିର ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ଏବେ ସୁଦ୍ଧା ନଗଦ ଟଙ୍କା , ସୁନା ଗହଣା ସହ ପ୍ରାୟ ୧ କୋଟି ୧୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ସେପଟେ ପ୍ରମୋଦଙ୍କ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ ଚାଲିଛି । ଗୋଟିଏ ଲକର ଥିବା ସୂଚନା ମିଳିଛି । ପ୍ରମୋଦ ୧୬ଟି ପ୍ଲଟ ହାତେଇଥିବା ମଧ୍ୟ ସୂଚନା ମିଳିଛି । freeslots dinogame telegram营销