ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ସମାପିତ

ପୁରୀ: ୩୧-୦୧-୨୦୨୨: ନେହେରୁ ଯୁବ କେନ୍ଦ୍ର ସଂଗଠନ ଓ ଜଙ୍ଗଲୀ କ୍ଲବ(ପୁରୀ) ମିଳିତ ଆନୁକୂଲ୍ୟରେ ଗତ ୨୯ ତାରିଖ ଠାରୁ ଆରମ୍ଭ ହୋଇଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଦିନ ସମାପିତ ହୋଇଯାଇଅଛି । ଗତ ଶନିବାର ଠାରୁ ପୁରୀ ଇନଡୋର ଷ୍ଟାଡିୟମ ଠାରେ ଆରମ୍ଭ ହୋଇଥିବା ଏହି କ୍ରିଡା ପ୍ରତିଯୋଗିତାରେ ମଙ୍ଗଳବାର ଦିନ ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୀ ଇନଡୋର ଷ୍ଟାଡିୟମର ପ୍ରାୟ ସମସ୍ତ ଖେଳାଳି ଭାଗ ନେଇଥିଲେ। ମଙ୍ଗଳବାର ଦିନ ଅନୁଷ୍ଠିତ ପ୍ରତିଯୋଗୀତାକୁ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପରିଡା, ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପଟ୍ଟନାୟକ, ଶ୍ରୀଯୁକ୍ତ ବିଭୁତି ଭୂଷଣ ରାଉତ, ଶ୍ରୀଯୁକ୍ତ ମାନସ କୁମାର ପଶ୍ଚିମକବାଟ ଓ ଶ୍ରୀଯୁକ୍ତ ଦିନେଶ କୁମାର ମାନସିଂ ପ୍ରମୁଖ କ୍ରୀଡା କର୍ମକର୍ତ୍ତା ପରିଚାଳନା କରିଥିଲେ।

-Advertisement-

ଏହି ପ୍ରତିଯୋଗିତାର ସମାପନ ଉତ୍ସବରେ ଟିଭି ଧାରାବାହିକ କଳାକାର ଶ୍ରୀଯୁକ୍ତ ଗୌରୀ ଶଙ୍କର ସାମନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ସଫ୍ଟୱେୟାର ଇଞ୍ଜିନିୟର ଶ୍ରୀଯୁକ୍ତ ଅମର କୁମାର ପଟ୍ଟନାୟକ ସନମାନନୀୟ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ନେହେରୁ ଯୁବ ସଂଘର ଯୁବ ସଂଯୋଜକ ଶ୍ରୀଯୁକ୍ତ ଜୟଶଙ୍କର ଯୋଶୀ, ଜଙ୍ଗଲୀ କ୍ଲବର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ନାୟକ, ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ କୁମାର ବେହେରା ଓ ସହ-ସମ୍ପାଦକ ଶ୍ରୀଯୁକ୍ତ ରବୀନ୍ଦ୍ର ଭୋଇ ତଥା ଜଙ୍ଗଲି କ୍ଳବର ପ୍ରମୁଖ ସଦସ୍ୟ ଶ୍ରୀଯୁକ୍ତ ଅକ୍ଷୟ ସିଂ, ଶ୍ରୀଯୁକ୍ତ କଲ୍ଯାଣ ସିଂ ଓ ଶ୍ରୀଯୁକ୍ତ ରାଜେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ରହି ସମାପନ ଉତ୍ସବର ସଫଳ ଆୟୋଜନ କରିଥିଲେ। freeslots dinogame telegram营销

-Advertisement-