ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା

ପୁରୀ: ନେହେରୁ ଯୁବ କେନ୍ଦ୍ର ସଂଗଠନ ଓ ଜଙ୍ଗଲୀ କ୍ଲବ(ପୁରୀ) ମିଳିତ ଆନୁକୂଲ୍ୟରେ ଏକ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଶନିବାର ଠାରୁ ପୁରୀ ଇନଡୋର ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଅଛି। ଏହି କ୍ରମରେ ପ୍ରଥମ ଦିନ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପୁରୀ ପୋଲିସ ଚମ୍ପିୟାନ ହୋଇଅଛି। ପ୍ରଥମ ଦିନ ପ୍ରତିଯୋଗିତାରେ ପୁରୀ ପୋଲିସ, ପୁରୀ ରେଳବାଇ, ଜଙ୍ଗଲୀ କ୍ଲବ ଓ ନିତା ଫୁଟବଲ ଏକାଡେମୀ ଭାଗ ନେଇଥିଲେ। ସମୁଦାୟ ଚାରିଦିନ ଚାଲିବାକୁଥିବା ଏହି ପ୍ରତିଯୋଗୀତାରେ ଭଲିବଲ ଓ ଦୌଡ଼କୂଦ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶନିବାର ହୋଇଥିବା ଫୁଟବଲ ପ୍ରତିଯୋଗୀତାକୁ ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ରେଫରୀ ଭାବରେ ପରିଚାଳନା କରିଥିବାବେଳେ ଶ୍ରୀଯୁକ୍ତ କଲ୍ୟାଣ ସିଂ ସହ ରେଫରୀ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ।ଜଙ୍ଗଲୀ କ୍ଲବର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ନାୟକ, ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ କୁମାର ବେହେରା ଓ ସହ-ସମ୍ପାଦକ ଶ୍ରୀଯୁକ୍ତ ରବୀନ୍ଦ୍ର ଭୋଇ ତଥା ନେହେରୁ ଯୁବ କେନ୍ଦ୍ର ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। freeslots dinogame telegram营销

-Advertisement-
-Advertisement-