ବ୍ରହ୍ମଗିରି: ମତଦାନ କେନ୍ଦ୍ରରୁ ଭୋଟ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ

ବ୍ରହ୍ମଗିରି,୧୬/୨: ବ୍ରହ୍ମଗିରି ବ୍ଲକ ଚାପମାଣିକ ପଞ୍ଚାୟତ କାଶୀଝରିଆ ଗାଁର ୯ ନମ୍ବର ବୁଥରେ ମତଦାନ ଚାଲିଥିବାବେଳେ କିଛି ଦୁର୍ବୃତ୍ତ ହଠାତ ମତଦାନ କେନ୍ଦ୍ର ଭିତରେ ପଶି ଭୋଟ ବାକ୍ସ ଉଠାଇ ନେଇଛନ୍ତି। ଭୋଟ ବାକ୍ସକୁ ନେଇ ଜଙ୍ଗଲ ଭିତରକୁ ପଳାଇଛନ୍ତି ଦୁର୍ବୃତ୍ତ। ପୁରୀ ସଦର ଏସଡିପିଓଙ୍କ ସହିତ ପୁଲିସ ଫୋର୍ସ ପହଞ୍ଚି ଜଙ୍ଗଲ ଭିତରେ ଭୋଟ ବାକ୍ସ ଖୋଜାଖୋଜି କରୁଥିବା ସୂଚନା ମିଳିଛି। ମତଦାନ ବନ୍ଦ ରହିଥିବାର ଜଣାପଡିଛି।

Exit mobile version